ଅକ୍ଟୋବର ୫ ପୂର୍ବରୁ ରାଜ୍ୟର ସମସ୍ତ ସହରରେ ରାସ୍ତା କାମ ସାରିବାକୁ ମନ୍ତ୍ରୀଙ୍କ ନିର୍ଦ୍ଦେଶ

0

ଭୁବନେଶ୍ୱର (ଆମ ଟିଭି): ଭୁବନେଶ୍ୱର ଓ କଟକ ସମେତ ରାଜ୍ୟର ପ୍ରତ୍ୟେକ ସହରର ସମସ୍ତ ରାସ୍ତାର ମରାମତି ଓ ଉନ୍ନତୀକରଣ ନିମନ୍ତେ ଆଇନ, ପୂର୍ତ୍ତ ଓ ଅବକାରୀ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନଙ୍କ ଅଧକ୍ଷତାରେ ଏକ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଛି । ନିର୍ଦ୍ଧାରିତ ସମୟ ମଧ୍ୟରେ ମରାମତି କାର୍ଯ୍ୟ ଶେଷ କରିବାକୁ ବୈଠକରେ ମନ୍ତ୍ରୀ ବିଭାଗୀୟ ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି । ହରିଚନ୍ଦନ ମଧ୍ୟ ଜଳବନ୍ଦୀ ସମସ୍ୟାର ସମାଧାନ ପାଇଁ ବିଭାଗୀୟ କର୍ତ୍ତୃପକ୍ଷଙ୍କୁ ନିର୍ଦ୍ଦେଶ ଦେଇଛନ୍ତି।

ମନ୍ତ୍ରୀଙ୍କ କହିବା ଅନୁଯାୟୀ, କଟକ ଏବଂ ଭୁବନେଶ୍ୱରର ରାସ୍ତା ମରାମତି ପାଇଁ କୌଣସି ସମନ୍ୱୟ ବୈଠକ ଅନୁଷ୍ଠିତ ହୋଇନଥିଲା ଏବଂ ରାଜ୍ୟରେ ଭାଜପା ସରକାର ଗଠନ ପରେ ପ୍ରଥମ ଥର ପାଇଁ ଏହି ବୈଠକ ଅନୁଷ୍ଠିତ ହୋଇଛି।

ଭବିଷ୍ୟତରେ ଏହି ଧାରା ଜାରି ରହିବ ଏବଂ ରାସ୍ତାର ଅବସ୍ଥା ସମ୍ପର୍କରେ ସମୀକ୍ଷା କରାଯିବ। ଟ୍ରାଫିକ ସମସ୍ୟାର ସ୍ଥାୟୀ ସମାଧାନ ପାଇଁ ଦଶହରା ପରେ ମଧ୍ୟ ବୈଠକ ଅନୁଷ୍ଠିତ ହେବ। କଟକ ଏବଂ ଭୁବନେଶ୍ୱରରେ ଟ୍ରାଫିକ ସମ୍ବନ୍ଧୀୟ ସମସ୍ୟାର ସମାଧାନ ପାଇଁ ନୂତନ ରାସ୍ତା ନିର୍ମାଣ ପାଇଁ ବିଚାର ବିମର୍ଶ କରାଯିବ ବୋଲି ହରିଚନ୍ଦନ କହିଛନ୍ତି।

Leave A Reply

Your email address will not be published.