ଉତ୍କଳ ସେବା ଏବଂ ଶିକ୍ଷା ଚାରିଟେବୁଲ ଟ୍ରଷ୍ଟ ଦ୍ୱାରା ବ୍ରହ୍ମେଶ୍ଵର ରଜ ମହୋତ୍ସବ ପାଳିତ*

0

ଉତ୍କଳ ସେବା ଏବଂ ଶିକ୍ଷା ଚାରିଟେବୁଲ ଟ୍ରଷ୍ଟ ପକ୍ଷରୁ ପ୍ରଥମଥର ପାଇଁ ବ୍ରହ୍ମେଶ୍ୱର ମେଳଣ ପଡ଼ିଆରେ ଚାରି ଦିନ ବ୍ୟାପୀ ରଜ ମହୋତ୍ସବ ପାଳିତ ହୋଇଛି l ଏହି ରଜ ମହୋତ୍ସବକୁ ଓଡ଼ିଶା ବିଧାନସଭାର ମାନ୍ୟବର ବାଚସ୍ପତି ଶ୍ରୀମତୀ ସୁରମା ପାଢ଼ୀ ମୁଖ୍ୟ ଅତିଥି ଭାବେ

ଯୋଗଦେଇ ଉଦ୍‌ଘାଟନ କରିବା ସହ ମେଳଣ ପଡ଼ିଆରେ ଲାଗିଥିବା ସୁସଜ୍ଜିତ ଦୋଳିରେ ଖେଳିଥିଲେ।

ତାଙ୍କ ସହିତ ଏକାମ୍ର ବିଧାୟକ ବାବୁ ସିଂ, ବିଜେପିର ବରିଷ୍ଠ ନେତା ଜଗନ୍ନାଥ ପ୍ରଧାନ, ଭୁବନେଶ୍ଵର ନିର୍ବାଚନ ମଣ୍ଡଳୀର ବିଜେପି ମହିଳା ମୋର୍ଚ୍ଚା ସଭାନେତ୍ରୀ ସୁଭାସିନୀ ପୃଷ୍ଟି, ରାଜାରାଣୀ ମଣ୍ଡଳ ସଭାପତି ସଂଗ୍ରାମ ମାର୍ଥା, ଭୀମେଶ୍ବର ମଣ୍ଡଳ ସଭାପତି ପ୍ରଶାନ୍ତ ପ୍ରଧାନ ଓ ରାଜାରଣୀ ମଣ୍ଡଳ ଯୁବ ମୋର୍ଚ୍ଚା ସଭାପତି ଇଂ ଆଶିଷ ମହାନ୍ତି ପ୍ରମୁଖ ଯୋଗଦେଇଥିଲେ l ଶେଷ ରଜ ଦିନ ଅର୍ଥାତ ଉଦଯାପନୀ ଉତ୍ସବରେ ଇଷ୍ଟର୍ଣ୍ଣ ମିଡ଼ିଆ ଲିମିଟେଡ଼ର ନିର୍ଦ୍ଦେଶିକା ସୁଦତ୍ତା ପଟ୍ଟନାୟକ ଏବଂ ତାଙ୍କର ସୁକନ୍ୟା ସମ୍ବାଦ ଗ୍ରୁପର ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ ତନୟା ପଟ୍ଟନାୟକ, ବିଜେପି ଜିଲ୍ଲା ସଭାପତି ନିରଞ୍ଜନ ମିଶ୍ର ପ୍ରମୁଖ ଯୋଗଦେଇଥିଲେ l ଉତ୍କଳ ସେବା ଓ ଶିକ୍ଷା ଚାରିଟେବୁଲ ଟ୍ରଷ୍ଟ ପକ୍ଷରୁ ଏଠାରେ ଚକ୍ରି ଦୋଳି, ଘୋଡା ଦୋଳି, ଡ଼ଙ୍ଗା ଦୋଳି, ଡ୍ରାଗନ ସମେତ ମୀନା ବଜାରରେ ବିଭିନ୍ନ ୫୮ ନମ୍ବର ୱାର୍ଡର ମହିଳା ସ୍ୱୟଂ ସହାୟିକା ଗୋଷ୍ଠୀର ସଭ୍ୟା ମାନଙ୍କ ଦ୍ୱାରା ପାରମ୍ପରିକ ପିଠା ଷ୍ଟଲ ସହିତ ଅନ୍ୟାନ୍ୟ ଖାଦ୍ୟ ଓ ପୋଷାକ ଷ୍ଟଲ ଖୋଲାଯାଇଥିଲା l ଏସବୁ ଦେଖି ଅତିଥି ମାନେ ପ୍ରଶଂସା କରିଥିଲେ l ଆୟୋଜକ ଉତ୍କଳ ସେବା ଓ ଶିକ୍ଷା ଚାରିଟେବୁଲ ଟ୍ରଷ୍ଟର ସଭାପତି ପୂର୍ଣ୍ଣିମା ପଟ୍ଟନାୟକ, ଜସ୍ମିନ କର, ଦେବସ୍ମିତା ମିଶ୍ର, ନନ୍ଦିନୀ ସାହୁ ପ୍ରମୁଖ ଉପସ୍ଥିତ ଥିଲେ। ଏହି ରଜ ମହୋତ୍ସବରେ ପ୍ରତ୍ୟେକ ଦିନ ସନ୍ଧ୍ୟାରେ ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମ ଯଥା ଓଡିଶୀ, ସମ୍ବଲପୁରୀ ଲୋକ ନୃତ୍ୟ, ଆଧୁନିକ ନୃତ୍ୟ ଇତ୍ୟାଦି ପରିବେଷଣ ହେଉଥିଲା l କୁନି କୁନି ନୃତ୍ୟ ଶିଳ୍ପୀମାନେ ମଞ୍ଚରେ ନୃତ୍ୟ ପରିବେଷଣ କରିବାକୁ ୫୮ ନମ୍ବର ୱାର୍ଡର ସମାଜସେବୀ ଶ୍ରୀମତୀ ପୂର୍ଣ୍ଣିମା ପଟ୍ଟନାୟକ ଉତ୍ସାହିତ କରିଥିଲେ l ଏହି କାର୍ଯ୍ୟକ୍ରମକୁ ସଫଳ କରିବା ପାଇଁ ଯେଉଁ ଯୁବପିଢ଼ି ସହଯୋଗ କରିଥିଲେ ସେମାନଙ୍କୁ ମଞ୍ଚାସିନ ଅତିଥିମାନେ ସମ୍ବର୍ଦ୍ଧନା ଣାଇଥିଲେ l କାର୍ଯ୍ୟକ୍ରମରେ ରଜ କୁଇନ ପ୍ରତିଯୋଗିତା ଅଧିକ ଆକର୍ଷଣ ଥିଲା l

Leave A Reply

Your email address will not be published.