ପାଣ୍ଡିଆନ୍‌ଙ୍କ ମୁଣ୍ଡରେ ଦୋଷ ଦେଇ ଖସିଯାଇପାରିବେନି ନବୀନ: ଜୟନାରାୟଣ

0

ଭୁବନେଶ୍ୱର (ଆମ ଟିଭି): ଓଡ଼ିଶାରେ ଭାଜପା ପ୍ରଥମ ଥର ସରକାର ଗଢିବାକୁ ଯାଉଛି। ତେବେ କାହାକୁ ଦଳ କରିବ ମୁଖ୍ୟମନ୍ତ୍ରୀ, ତାକୁ ନେଇ ଦଳ କସରତ ଆରମ୍ଭ କରିଛି। ଭାଜପା ନେତା ଜୟନାରାୟଣ ମିଶ୍ର ଏକ ଖବରଦାତା ସମ୍ମିଳନୀରେ କହିଛନ୍ତି, ଯିଏ ବି ମୁଖ୍ୟମନ୍ତ୍ରୀ ହେବେ, ନବୀନଙ୍କ ଠାରୁ ଭଲ ହେବେ। ଜଣେ ଓ ବ୍ୟକ୍ତି ମୁଖ୍ୟମନ୍ତ୍ରୀ ହେବେ। ସେ ଓଡ଼ିଆ କହି ପାରୁଥିବେ। ରତ୍ନଭଣ୍ଡାର ଚାବି ଖୋଜି ବାହାର କରିବୁ। କୋଷ୍ଟାଲ ହାଇୱେ କରିବୁ।

ପାଣ୍ଡିଆନ୍‌ ନିଖୋଜ ପ୍ରସଙ୍ଗରେ ପ୍ରତିକ୍ରିୟା ରଖି ଜୟନାରାୟଣ କହିଛନ୍ତି, ସେ ଜେଲ ଯିବେ। ତାଙ୍କୁ ପୋଲିସ ଖୋଜିବ। ନବୀନ ହିଁ ମୁଖ୍ୟ ଦୋଷୀ। ଅନ୍ୟ ମୁଣ୍ଡରେ ଦୋଷ ଦେଇ ଖସି ପାରିବେନି । ପାଣ୍ଡିଆନ୍‌ଙ୍କୁ କିଏ ନିଯୁକ୍ତି କରିଥିଲା। ନବୀନ ହିଁ ତାଙ୍କ ନିଯୁକ୍ତିଦାତା। ପାଣ୍ଡିଆନ୍‌ଙ୍କ ମୁଣ୍ଡରେ ଦୋଷ ଦେଇ ସେ ଖସିଯାଇପାରିବେନାହିଁ। ପାଣ୍ଡିଆନ୍‌ ଯେତିକି ଦାୟୀ, ନବୀନ ବି ସେତିକି ଦାୟୀ।

Leave A Reply

Your email address will not be published.