କଙ୍ଗନା ରାଣାୱତଙ୍କୁ ଶକ୍ତ ଚାପୁଡା ମାରିଲେ ସିଏସ୍‌ଏଫ ଗାର୍ଡ, ଜାଣନ୍ତୁ କାହିଁକି…

0

ନୂଆଦିଲ୍ଲୀ (ଆମ ଟିଭି): ବଲିଉଡ ଅଭିନେତ୍ରୀ ତଥା ଭାଜପା ଏମ୍‌ପି କଙ୍ଗନା ରାଣାୱତଙ୍କୁ ଚଣ୍ଡିଗଡ଼ ବିମାନ ବନ୍ଦରରେ ଜଣେ ସିଏସ୍‌ଏଫ ଗାର୍ଡ ଚାପୁଡ଼ା ମାରିଛନ୍ତି। ଅଭିନେତ୍ରୀ ଅଭିଯୋଗ ଆଣି କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଦାବି କରିଛନ୍ତି। ଚାପୁଡ଼ା ମାରିଥିବା ଗାର୍ଡଙ୍କ ନାମ କୁଲବିନ୍ଦର କୌର ବୋଲି କୁହାଯାଉଛି।

କଙ୍ଗନାଙ୍କ ରାଜନୈତିକ ପରାମର୍ଶଦାତାଙ୍କ ଅନୁଯାୟୀ, ଜଣେ ସିଏସ୍‌ଏଫ ମହିଳା ଗାର୍ଡ ଚଣ୍ଡିଗଡ଼ ବିମାନବନ୍ଦର ଭିତରେ କଙ୍ଗନାଙ୍କୁ ଚାପୁଡ଼ା ମାରିଛନ୍ତି। ସେମାନେ ଦାବି କରିଛନ୍ତି ଯେ, ସିଏସ୍‌ଏଫ ଗାର୍ଡଙ୍କୁ ହଟାଇ ଦିଆଯାଉ ଏବଂ ଯଥାଶୀଘ୍ର ତାଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉ। ମିଳିଥିବା ସୂଚନାନୁଯାୟୀ, କୃଷକ ଆନ୍ଦୋଳନ ବିରୋଧରେ କହିବାକୁ ନେଇ ସିଏସ୍‌ଏଫ ଗାର୍ଡ କଙ୍ଗନାଙ୍କ ଉପରେ ରାଗିଥିଲେ।

ମଣ୍ଡିରୁ ଲୋକ ସଭା ନିର୍ବାଚନ ଜିତିବା ପରେ କଙ୍ଗନା ଆଜି ଦିଲ୍ଲୀ ଯାଇଛନ୍ତି। ସେପଟେ ଚଣ୍ଡିଗଡ଼ ବିମାନବନ୍ଦରରୁ ଚାପୁଡ଼ା ମାରିବା ଖବର ଆସିଛି। ସୋସିଆଲ ମିଡିଆରେ ତାଙ୍କ ଫଟୋ ଶେୟାର କରି କଙ୍ଗନା କହିଛନ୍ତି ଯେ ସେ ସଂସଦକୁ ଯାଉଛନ୍ତି।

Leave A Reply

Your email address will not be published.