ନୂଆଦିଲ୍ଲୀ (ଆମ ଟିଭି): ଛତିଶଗଡ଼ର ପୂର୍ବତନ ମୁଖ୍ୟମନ୍ତ୍ରୀ ଭୁପେଶ ବାଘେଲଙ୍କ ବାସଭବନରେ ବୁଧବାର ସକାଳୁ ସିବିଆଇ ଚଢ଼ାଇ ହେଉଛି। ମହାଦେବ ବେଟିଂ ଆପ୍ ମାମଲାରେ ବୁଧବାର ଦିନ କେନ୍ଦ୍ରୀୟ ତଦନ୍ତ ବ୍ୟୁରୋ (ସିବିଆଇ) କଂଗ୍ରେସ ମହାସଚିବ ତଥା ପୂର୍ବତନ ଛତିଶଗଡ଼ ମୁଖ୍ୟମନ୍ତ୍ରୀଲଙ୍କ ବାସଭବନରେ ଚଢାଉ କରିଛି।
ଏକ୍ସ ପୋଷ୍ଟ୍ରେ ଉଲ୍ଲେଖ କରାଯାଇଛି ଯେ “ଏବେ ସିବିଆଇ ଆସିଛି। ପୂର୍ବତନ ମୁଖ୍ୟମନ୍ତ୍ରୀ ଭୂପେଶ ବାଘେଲ ୮ ଏବଂ ୯ ଏପ୍ରିଲରେ ଅହମ୍ମଦାବାଦ (ଗୁଜରାଟ)ରେ ଅନୁଷ୍ଠିତ ହେବାକୁ ଥିବା ଏଆଇସିସି ବୈଠକ ପାଇଁ ଗଠିତ “ଡ୍ରାଫ୍ଟିଂ କମିଟି”ର ବୈଠକ ପାଇଁ ଆଜି ଦିଲ୍ଲୀ ଯିବାର କାର୍ଯ୍ୟକ୍ରମ ରହିଛି। ଏହା ପୂର୍ବରୁ ମଧ୍ୟ ସିବିଆଇ ରାୟପୁର ଏବଂ ଭିଲାଇ ବାସଭବନରେ ପହଞ୍ଚିଛି।
ମାର୍ଚ ୧୦ ତାରିଖରେ ସମାନ ମାମଲା ସହିତ ଜଡିତ ଦୁର୍ଗ ଜିଲ୍ଲାର ୧୪ଟି ସ୍ଥାନରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ପକ୍ଷରୁ ଚଢାଉ କରାଯିବାର କିଛି ଦିନ ପରେ ଏହା ଆସିଛି। ତେବେ ଚଢ଼ାଉ ବେଳେ ମିଳିଥିବା ୩୩ ଲକ୍ଷ ଟଙ୍କା ଚାଷ, ଦୁଗ୍ଧ ଏବଂ ପରିବା ବେପାରରୁ ଆୟ ହୋଇଛି ବୋଲି ବାଘେଲ କହିଛନ୍ତି।