ସୁଖୁ ରହିବେ ମୁଖ୍ୟମନ୍ତ୍ରୀ

0

ହିମାଚଳ ପ୍ରଦେଶରେ ଦେଖାଯାଇଥିବା ରାଜନୀତିକ ହଟଚମଟକୁ ବେଶ ଭଲ ଭାବେ ସମାଧାନ କରିଛି କଂଗ୍ରେସ। ଏଥିସହ ସୁଖବିନ୍ଦର ସିଂହ ସୁଖୁ ହିଁ ପୂର୍ବ ଭଳି ରାଜ୍ୟର ମୁଖ୍ୟମନ୍ତ୍ରୀ ଭାବେ କାମ କରିବେ। ପର୍ଯ୍ୟବେକ୍ଷକମାନେ ସମସ୍ତ ବିଧାୟକଙ୍କ ସହ କଥା ହୋଇଛନ୍ତି। ସେମାନଙ୍କ ମନରେ ଥିବା ଦ୍ୱନ୍ଦ୍ୱକୁ ଦୂର କରାଯାଇଛି। ଏବେ ସମସ୍ତେ ଏକାଠି ରହିଛନ୍ତି ବୋଲି କଂଗ୍ରେସ ପକ୍ଷରୁ ଘୋଷଣା କରାଯାଇଛି।

ତେବେ ବିଜେପି ପାଇଁ ରାଜ୍ୟସଭା ନିର୍ବାଚନରେ ଭୋଟ ଦେଇଥିବା କଂଗ୍ରେସର ୬ ଜଣ ବିଧାୟକଙ୍କୁ ହିମାଚଳ ପ୍ରଦେଶ ବିଧାନସଭାର ବାଚସ୍ପତି ଅଯୋଗ୍ୟ ବିବେଚିତ କରିଛନ୍ତି। ଦଳ ବଦଳ ନିରୋଧ ଆଇନ ଅନୁସାରେ ସେମାନଙ୍କ ସଭ୍ୟ ପଦ ରଦ୍ଦ କରାଯାଇଛି। କିନ୍ତୁ ସେମାନେ ଏହାକୁ ହାଇକୋର୍ଟରେ ଚ୍ୟାଲେଞ୍ଜ କରିବା ବୋଲି କହିଛନ୍ତି।

କର୍ଣ୍ଣାଟକାର ଉପ ମୁଖ୍ୟମନ୍ତ୍ରୀ ତଥା ହିମାଚଳ ପ୍ରଦେଶ ପାଇଁ କଂଗ୍ରେସ ନିଯୁକ୍ତ କରିଥିବା ପର୍ଯ୍ୟବେପକ୍ଷ ଡିକେ ଶିବ କୁମାର କହିଛନ୍ତି, ରାଜ୍ୟରେ ସୁଖବିନ୍ଦର ସିଂହ ସୁଖୁ ମୁଖ୍ୟମନ୍ତ୍ରୀ ଭାବେ କାମ କରିବେ। ହିମାଚଳ ପ୍ରଦେଶର ସମସ୍ତ ବିଧାୟକଙ୍କ ସହ କଥାବାର୍ତ୍ତା ହୋଇଛି। ସେମାନଙ୍କ ମଧ୍ୟରେ ଥିବା ଦ୍ୱନ୍ଦ୍ୱ ଓ ମତପାର୍ଥକ୍ୟ ଦୂର ହୋଇଛି ବୋଲି ସେ କହିଛନ୍ତି।

ମନ୍ତ୍ରୀ ପଦରୁ ଇସ୍ତଫା ଦେଇଥିବା ବିକ୍ରମାଦିତ୍ୟ ସିଂହ କହିଛନ୍ତି ଯେ ନେତୃବୃନ୍ଦଙ୍କ ସହ ଆଲୋଚନା ହୋଇ ନାହିଁ। ରାଜ୍ୟ ସରକାର କେବେ ସଙ୍କଟରେ ନଥିଲେ କିମ୍ବା ଆଗକୁ ସଙ୍କଟ ବଢ଼ିବାର ନାହିଁ ବୋଲି ସେ କହିଛନ୍ତି।

Leave A Reply

Your email address will not be published.