ପୁଣି ଫାଇନ ଦେବ ଏୟାର ଇଣ୍ଡିଆ

0

ଏୟାର ଇଣ୍ଡିଆ ଉପରେ ଲାଗିଛି ୩୦ ଲକ୍ଷ ଟଙ୍କାର ଫାଇନ। ଜଣେ ୮୦ ବର୍ଷୀୟ ଯାତ୍ରୀଙ୍କ ମୃତ୍ୟୁ ଘଟଣାରେ ଡିଜିସିଏ ବିମାନ ସେବା ପ୍ରଦାନକାରୀ ସଂସ୍ଥା ଏୟାର ଇଣ୍ଡିଆ ଉପରେ ଫାଇନ ଲଗାଇଛି।

ହ୍ୱିଲ ଚେୟାର ଅଭାବରରୁ ୮୦ ବର୍ଷୀୟ ଯାତ୍ରୀଙ୍କୁ ଏୟାର ଇଣ୍ଡିଆ ବିମାନରୁ ଟର୍ମିନାଲ ବିଲଡିଂ ଯାଏ ଚାଲି ଚାଲି ଆସିବାକୁ ବାଧ୍ୟ କରିଥିଲା। ଏଥିଯୋଗୁ ଉକ୍ତ ଯାତ୍ରୀଙ୍କ ଜୀବନ ଚାଲି ଯାଇଥିବା ଅଭିଯୋଗ ହୋଇଥିଲା।

ଏହି କାରଣ ପାଇଁ ଏୟାର ଇଣ୍ଡିଆକୁ କାରଣ ଦର୍ଶାଅ ନୋଟିସ ଜାରି କରାଯାଇଥିଲା। ନିୟମ ଉଲ୍ଲଙ୍ଘନ କରିଥିବାରୁ କାହିଁକି ସଂସ୍ଥା ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରା ନ ଯିବ ବୋଲି ଡିଜିସିଏ ପ୍ରଶ୍ନ କରିଥିଲା। ଫେବୃଆରୀ ୨୦ରେ ସଂସ୍ଥା ପକ୍ଷରୁ ଜବାବ ଦାଖଲ କରାଯାଇଥିଲା।

ଏୟାର ଲାଇନ କହିଥିଲା ଯେ ବୃଦ୍ଧ ଜଣଙ୍କ ତାଙ୍କ ପତ୍ନୀଙ୍କ ସହ ଚାଲି ଚାଲି ଯିବାକୁ ପସନ୍ଦ କରିଥିଲେ। ତାଙ୍କ ପତ୍ନୀ ମଧ୍ୟ ହ୍ୱିଲ ଚେୟାରରେ ରହିଥିଲେ। ତାଙ୍କୁ ଆଉ ଗୋଟିଏ ହ୍ୱିଲ ଚେୟାର ଆସିବା ଯାଏ ଅପେକ୍ଷା କରିବାକୁ କୁହାଯାଇଥିଲେ ହେଁ ସେ କିଛି ବି ଶୁଣିନଥିଲେ।

 

Leave A Reply

Your email address will not be published.