ବିଧାନସଭାରେ ଉଠିଲା ଚିଟଫଣ୍ଡ ଝଡ଼, ସର୍ବଦଳୀୟ ବୈଠକ ଡାକିଲେ ବାଚସ୍ପତି

0

ଭୁବନେଶ୍ବର(ଆମ ଟିଭି): ବିଧାନସଭାରେ ଚିଟଫଣ୍ଡ ଝଡ଼। ଶୂନ୍ୟକାଳରେ ଚିଟଫଣ୍ଡ ପ୍ରସଙ୍ଗ ଉଠାଇଥିଲେ ବିଜେପି ସଦସ୍ୟ। ଅପରାହ୍ଣ 4ଟା ଯାଏ ମୁଲତବି ପ୍ରସ୍ତାବ ଅଗ୍ରାହ୍ୟ ଘୋଷଣା କଲେ ବାଚସ୍ପତି। କହିଥିଲେ, ଚିଟଫଣ୍ଡ ପ୍ରସଙ୍ଗ ହାଇକୋର୍ଟରେ ବିଚାରାଧୀନ ରହିଛି। କମିସନ ତଦନ୍ତ କରୁଛନ୍ତି। ୨୦୧୪ରେ ତତକାଳୀନ ବାଚସ୍ପତି, ଆଡଭୋକେଟ୍ ଜେନେରାଲଙ୍କ ପରାମର୍ଶ ନେଇ ଏହି ପ୍ରସଙ୍ଗରେ ଆଲୋଚନା ହୋଇପାରିବ ନାହିଁ । ଏ ପ୍ରସଙ୍ଗରେ ଗୃହ ବାରମ୍ବାର ମୁଲତବୀ ହେଉଥିବାରୁ ସୁପରିଚାଳନା ପାଇଁ ସର୍ବଦଳୀୟ ବୈଠକ ଡାକିଲେ ବାଚସ୍ପତି ।

ଉଲ୍ଲେଖଯୋଗ୍ୟ, ଆଜି ଗୃହ ଆରମ୍ଭରୁ ଏହି ପ୍ରସଙ୍ଗରେ ପ୍ରତିବାଦ କରିଥିଲା ବିଜେପି । ବିଜେପି ପକ୍ଷରୁ ଦିଆଯାଇଥିବା ମୁଲତବୀ ପ୍ରସ୍ତାବକୁ ଗ୍ରହଣ ନହେବାରୁ ପ୍ରତିବାଦ କରିଥିଲା ବିଜେପି। ଏହା ସହ କଂଗ୍ରେସ ସଦସ୍ୟମାନେ ମଧ୍ୟ ଚାଷୀ ଓ ମରୁଡ଼ି ସମସ୍ୟା ଉପରେ ଆଲୋଚନା କରିବାକୁ ଦାବି କରିଥିଲେ। ବାଚସ୍ପତିଙ୍କ ପୋଡିୟମ୍ ନିକଟରେ ନାରାବାଜି କରିଥିଲେ। ଫଳରେ ଚାଲି ପାରିନଥିଲା ପ୍ରଶ୍ନକାଳ। ଶୂନ୍ୟକାଳ ଆରମ୍ଭ ହେବା ପରେ ମଧ୍ୟ ବିରୋଧୀ ସଦସ୍ୟ ହୋହଲ୍ଲା କରିଥିଲେ।

Leave A Reply

Your email address will not be published.