ରାଷ୍ଟ୍ରପତିଙ୍କୁ କୃତଜ୍ଞତା ପାଇଁ ବାଚସ୍ପତିଙ୍କ ନେତୃତ୍ୱରେ ଦିଲ୍ଲୀ ଯିବେ ବିଧାୟକ ଦଳ

0

ଭୁବନେଶ୍ବର(ଆମ ଟିଭି): ରାଷ୍ଟ୍ରପତିଙ୍କୁ କୃତଜ୍ଞତା ଜଣାଇବା ପାଇଁ ଦିଲ୍ଲୀ ଯିବେ ବିଧାୟକ ଟିମ୍ । ଆସନ୍ତାକାଲି ଓଡ଼ିଶାର ୨୬ ବିଧାୟକ ଦିଲ୍ଲୀ ଅଭିମୁଖେ ବାହାରିବେ। ବାଚସ୍ପତି ବିକ୍ରମ କେଶରୀ ଆରୁଖଙ୍କ ନେତୃତ୍ୱରେ ସମସ୍ତ ବିଧାୟକ ଦିଲ୍ଲୀ ଯିବେ। ଏହିସବୁ ବିଧାୟକମାନେ ଅଗଷ୍ଟ ୩ରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କୁ ଭେଟିବାର କାର୍ଯ୍ୟକ୍ରମ ରହିଛି। ବିଧାୟକଙ୍କ ମଧ୍ୟରେ ବିଜେଡିର ୧୫ ବିଧାୟକ, କଂଗ୍ରେସର ୩ ବିଧାୟକ, ବିଜେପିର ୬ ବିଧାୟକ ଏବଂ ସିପିଆଇର ଜଣେ ବିଧାୟକ ସାମିଲ ରହିବେ ।

ଜୁଲାଇ ୨୫ ତାରିଖରେ ସଂସଦର ସେଣ୍ଟ୍ରାଲ ହଲରେ ଦ୍ରୌପଦୀ ମୁର୍ମୁ ରାଷ୍ଟ୍ରପତି ଭାବେ ଶପଥ ଗ୍ରହଣ କରିଥିଲେ। ସୁପ୍ରିମକୋର୍ଟ ପ୍ରଧାନ ବିଚାରପତି ଜଷ୍ଟିସ ଏନଭି ରମନ୍ନା ପଦ ଓ ଗୋପାନୀୟତାର ଶପଥ ପାଠ କରାଇଥିଲେ। ମୟୂରଭଞ୍ଜର ଉପରବେଡ଼ା ଭଳି ଗୋଟିଏ ଛୋଟିଆ ଗାଁରେ ଜନ୍ମ ଗ୍ରହଣ କରିଥିବା ଦ୍ରୌପଦୀ ମୁର୍ମୁ ଏବେ ମାଡାମ ପ୍ରେସିଡେଣ୍ଟ। ସେ ପ୍ରଥମ ଆଦିବାସୀ ମହିଳା ଓ ପ୍ରଥମ ଓଡ଼ିଆ ଭାବେ ଦେଶର ସର୍ବୋଚ୍ଚ ପଦ ଅଳଙ୍କୃତ କରିଛନ୍ତି। ଦ୍ରୌପଦୀ ମୁର୍ମୁଙ୍କ ଶପଥ ପାଠ କାର୍ଯ୍ୟକ୍ରମରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କଠାରୁ ଆରମ୍ଭ କରି ସମସ୍ତ କେନ୍ଦ୍ରମନ୍ତ୍ରୀ କଂଗ୍ରେସ ଅଧ୍ୟକ୍ଷ ସୋନିଆ ଗାନ୍ଧି, ଓଡ଼ିଶାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ, ବରିଷ୍ଠ ନେତା ମୁରଲୀ ମନୋହର ଯୋଶୀ, ବିଜେପି ଶାସିତ ରାଜ୍ୟର ମୁଖ୍ୟମନ୍ତ୍ରୀ  ଓ ଅନ୍ୟ ବିଶିଷ୍ଟ ବ୍ୟକ୍ତି ଉପସ୍ଥିତ ରହିଥିଲେ।

Leave A Reply

Your email address will not be published.