ମାଡ଼ିଆସୁଛି ବାତ୍ୟା ବିପର୍ଯ୍ୟୟ: ଉପକୂଳରେ ଲାଗିଲା ୧୪୪ ଧାରା

0

ନୂଆଦିଲ୍ଲୀ (ଆମ ଟିଭି): ସାଇକ୍ଲୋନିକ ଷ୍ଟର୍ମ ‘ବିପର୍ୟ୍ୟୟ’ ଦେଶର ପଶ୍ଚିମ ଉପକୂଳରେ ଏହାର ଭୟଙ୍କର ରୂପ ଦେଖାଇବା ଆରମ୍ଭ କରିଛି। ମୁମ୍ବାଇରୁ କେରଳ ପର୍ୟ୍ୟନ୍ତ ଉପକୂଳରେ ପ୍ରବଳ ପବନ ବହୁଛି। ସମୁଦ୍ରର ମଧ୍ୟଭାଗରୁ ଉଚ୍ଚ ଉଚ୍ଚ ଲହଡି ଉପରକୁ ଉଠି କୂଳକୁ ଲଂଘୁଛି। ବାତ୍ୟା ପରିସ୍ଥିତିକୁ ଦୃଷ୍ଟିରେ ରଖି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜି ଏକ ବୈଠକ ଡାକିଛନ୍ତି ଯେଉଁଥିରେ ସେ ପ୍ରସ୍ତୁତିର ସମୀକ୍ଷା କରିଛନ୍ତି।

ରବିବାର‘ବିପର୍ୟ୍ୟୟ’ ଏକ ଭୟଙ୍କର ସାଇକ୍ଲୋନିକ ଷ୍ଟର୍ମରେ ପରିଣତ ହୋଇଥିଲା। ଏହା ଦ୍ରୁତ ଗତିରେ ଭାରତ ଉପକୂଳ ଆଡକୁ ଗତି କରୁଛି। ଯଦିଓ ଏହା ଜୁନ ୧୫ସୁଦ୍ଧା ପହଞ୍ଚିବ ବୋଲି ଆକଳନ କରାଯାଇଥିଲା, ହେଲେ ଏବେ ସେ ତା’ର ଏହାର ପ୍ରଭାବ ଦେଖାଇବା ଆରମ୍ଭ କରିସାରିଛି। ମୁମ୍ବାଇରେ ପ୍ରବଳ ପବନ ଯୋଗୁଁ ବିମାନ ଚଳାଚଳ ବ୍ୟାହତ ହୋଇଛି।

ପ୍ରଭାବିତ ଅଞ୍ଚଳରେ ମତ୍ସ୍ୟଜୀବୀ କାର୍ୟ୍ୟକଳାପକୁ ସମ୍ପୂର୍ଣ୍ଣ ବନ୍ଦ କରିବାକୁ ଓଗଊ ପରାମର୍ଶ ଦେଇଛି ଏବଂ ମତ୍ସ୍ୟଜୀବୀମାନଙ୍କୁ ଜୁନ୍ ୧୫ ପର୍ୟ୍ୟନ୍ତ କେନ୍ଦ୍ରୀୟ ଆରବ ସାଗର ଏବଂ ଆଜି ଉତ୍ତର ଆରବ ସାଗରରେ ପ୍ରବେଶ ନକରିବାକୁ କଡା ନିର୍ଦ୍ଦେଶ ଦେଇଛି। କୁଚ୍ ଜିଲ୍ଲାର ଉପକୂଳ ତଥା ଏହାର ଆଖପାଖ ଅଞ୍ଚଳରେ ସୁରକ୍ଷା ଦୃଷ୍ଟିରୁ ଧାରା ୧୪୪ ଲାଗୁ କରାଯାଇଛି।

 

Leave A Reply

Your email address will not be published.