ଜୁନ୍ ୧୯ରୁ +୩ ନାମଲେଖା ଆରମ୍ଭ

0

ଭୁବନେଶ୍ୱର (ଆମ ଟିଭି): +୩ ନାମଲେଖା ପାଇଁ ତାରିଖ ପ୍ରକାଶ କରିଛି ଉଚ୍ଚଶିକ୍ଷା ବିଭାଗ । ଜୁନ ୧୯ ରୁ ଜୁଲାଇ ୪ ଯାଏଁ ଅନଲାଇନ ଆବେଦନ କରିପାରିବେ ଛାତ୍ରଛତ୍ରୀ । ଜୁନ୍ ୧୯ ତାରିଖ ଅପରାହ୍ନ ୨ଟାରୁ ଛାତ୍ରଛାତ୍ରୀମାନେ ସାମ୍ସ ପୋର୍ଟାଲ www.samsodisha.gov.in କୁ ଯାଇ ଆବେଦନ କରିପାରିବେ। ଏଥିରେ କମନ୍ ଆପ୍ଲିକେସନ୍ ଫର୍ମ ବା CAF ଉପଲବ୍ଧ ହେବ। ଜୁଲାଇ ୪ ତାରିଖ ରାତି ୧୧ଟା ୪୫ ମିନିଟ ପର୍ୟ୍ୟନ୍ତ ଛାତ୍ରଛାତ୍ରୀମାନେ ଏଥିରେ ନାମଲେଖା ପାଇଁ ଆବେଦନ କରିପାରିବେ।

ଜୁଲାଇ ୧୪ ଅପରାହ୍ନ ୨ଟାରେ ପ୍ରଥମ ରାଉଣ୍ଡ ସିଟ୍ ଆଲଟମେଣ୍ଟ ପ୍ରକାଶ ପାଇବ। ଜୁଲାଇ ୧୪ରୁ ୧୮ ତାରିଖ ପର୍ୟ୍ୟନ୍ତ ଚୟନ ହୋଇଥିବା ଛାତ୍ରଛାତ୍ରୀମାନେ ସାମ୍ସ ପୋର୍ଟାଲ ମାଧ୍ୟମରେ ସ୍ଲାଇଡ ସିଲେକ୍ସନ/ଫ୍ରିଜ୍/ ଅପ୍ସନ୍ ଫ୍ଲୋଟ୍ ଏବଂ ନାମଲେଖା ପାଇଁ ଅନ୍ଲାଇନ୍ ପେମେଣ୍ଟ କରିପାରିବେ। ଜୁଲାଇ ୧୪ ତାରିଖ ସନ୍ଧ୍ୟା ୭ଟାରୁ ଜୁଲାଇ ୧୮ ତାରିଖ ରାତି ୧୧ଟା ୪୫ ମଧ୍ୟରେ ଏହି କାର୍ୟ୍ୟ ଶେଷ ହେବ।

ପ୍ରଥମ ରାଉଣ୍ଡ ଚୟନ ପ୍ରକ୍ରିୟାରେ ମନୋନୀତ ହୋଇଥିବା ଛାତ୍ରଛାତ୍ରୀମାନେ ଜୁଲାଇ ୧୫ରୁ ୧୯ ତାରିଖ ମଧ୍ୟରେ ସେମାନଙ୍କୁ ମିଳିଥିବା ଶିକ୍ଷାନୁଷ୍ଠାନରେ ଉପସ୍ଥିତ ରହି ନାମ ଲେଖାଇବେ। ତା’ ମଧ୍ୟରେ କେବଳ ଜୁଲାଇ ୧୬ ତାରିଖଟି ଛୁଟି ରହିବ। କାରଣ ସେଦିନ ରବିବାର ପଡୁଛି। ଅନ୍ୟ ଦିନଗୁଡ଼ିକରେ ଛାତ୍ରଛାତ୍ରୀମାନେ ସେମାନଙ୍କୁ ମିଳିଥିବା ଶିକ୍ଷାନୁଷ୍ଠାନରେ ସକାଳ ୯ଟାରୁ ଅପରାହ୍ନ ୫ଟା ମଧ୍ୟରେ ଉପସ୍ଥିତ ରହି ନାମ ଲେଖାଇ ପାରିବେ।

 

 

 

Leave A Reply

Your email address will not be published.