ବଙ୍ଗୋପସାଗରରେ ସୃଷ୍ଟି ହେଲା ଘୂର୍ଣ୍ଣିବଳୟ,୨ରୁ ବର୍ଷା

0

ଭୁବନେଶ୍ୱର: ରାଜ୍ୟରେ ଦୁର୍ବଳ ମୌସୁମୀ ଯୋଗୁଁ ନିଅଣ୍ଟିଆ ବର୍ଷାର ପ୍ରଭାବ ଜାରି ରହିଛି। ନିଷ୍କ୍ରିୟ ମୌସୁମୀ ଯୋଗୁଁ ତାତି ବଢ଼଼ିବା ସହିତ ଗରମ ଗୁଳୁଗୁଳି ଲାଗି ରହିଛି। ବର୍ଷା ଅଭାବରୁ ରାଜ୍ୟର ୧୧ ଜିଲ୍ଲାରେ ସ୍ଥିତି ଖରାପ ହେବାରେ ଲାଗିଛି। ଦିନେ ଦୁଇଦିନ ମଧ୍ୟରେ ବର୍ଷା ନ ହେଲେ ପରିସ୍ଥିତି ଆହୁରି ବିଗିଡ଼ିପାରେ ବୋଲି କୁହାଯାଉଛି। ଚଳିତ ବର୍ଷ ଅଗଷ୍ଟ ମାସରେ ନିଅଣ୍ଟିଆ ବର୍ଷା ଚାଷୀ ଓ ଚାଷ ପାଇଁ ସମସ୍ୟା ସୃଷ୍ଟି କରିଛି। ଅନ୍ୟପକ୍ଷରେ ବୁଧବାର ବଙ୍ଗୋପସାଗରରେ ଏକ ଘୂର୍ଣ୍ଣିବଳୟ ସକ୍ରିୟ ରହିଛି। ଯାହାର ପ୍ରଭାବରେ ଆସନ୍ତା ୨ ତାରିଖରୁ ରାଜ୍ୟର କିଛି ଅଞ୍ଚଳରେ ବର୍ଷା ହୋଇପାରେ ବୋଲି ପାଣିପାଗ ବିଜ୍ଞାନୀମାନେ ଆକଳନ କରିଛନ୍ତି।

୩ ଓ ୪ ତାରିଖରେ ରାଜ୍ୟରେ ବର୍ଷାର ବିସ୍ତୃତି ବଢ଼଼ିବା ସହ କେତେକ ଜିଲ୍ଲାରେ ପ୍ରବଳ ବର୍ଷା ହୋଇପାରେ ବୋଲି ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ କେନ୍ଦ୍ର ପୂର୍ବାନୁମାନ କରିଛି। ପାଣିପାଗ କେନ୍ଦ୍ରର ସୂଚନା ଅନୁଯାୟୀ ଗୁରୁବାର କିଛି ଜିଲ୍ଲାରେ ବିଜୁଳି ଘଡ଼ଘଡ଼ି ସହିତ ବର୍ଷା ଆଶଙ୍କା ରହିଛି। ହେଲେ ଶନିବାରଠାରୁ ବର୍ଷାର ପରିମାଣ ପାରେ। ଅନ୍ୟପଟେ ସେପ୍ଟେମ୍ବର ପ୍ରଥମ ସପ୍ତାହରେ ଲଘୁଚାପ ସୃଷ୍ଟି ହେବାର ସମ୍ଭାବନା ଥିବାରୁ ମୌସୁମୀର ଅଭିମାନ ଭାଙ୍ଗିପାରେ ଓ ରାଜ୍ୟକୁ ପୁଣି ବର୍ଷା ଫେରିବା ଆଶା ସୃଷ୍ଟି ହୋଇଛି।

Leave A Reply

Your email address will not be published.