ବନ୍ୟାଞ୍ଚଳରେ ବଢୁଛି ରୋଗ, ମାଗଣାରେ ସାନିଟାରୀ ପ୍ୟାଡ୍ ଦେବେ ସରକାର
ଭୁବନେଶ୍ବର(ଆମ ଟିଭି): ବନ୍ୟାଞ୍ଚଳରେ ବଢୁଛି ରୋଗ। ମ୍ୟାଲେରିଆ, ଡେଙ୍ଗୁ ବଢିବା ସହ ସାପ କାମୁଡ଼ା ବି ବଢୁଛି। ବନ୍ୟା ପ୍ରଭାବିତ ୧୪ ଜିଲ୍ଲାରେ ୨୩,୩୬୭ ଜଣ ଲୋକ ଚିକତ୍ସିତ ହେଉଛନ୍ତି । ସେଥିମଧ୍ୟରେ ୩୨ ଜଣ ସାପ କାମୁଡ଼ା ରୋଗୀ ଅଛନ୍ତି। ବିଶେଷ କରି ଜଳ ବିଶୋଧନ ପାଇଁ ୫ଲକ୍ଷ୩୭ ହଜାର ହାଲୋଜିନ ବଟିକା ବଣ୍ଟା ଯାଇଛି। ୧ ଲକ୍ଷ ୨୨ ହଜାର ଓ.ଆର.ଏସ ବଣ୍ଟା ଯାଇଛି।
ଏହା ସହ ବନ୍ୟା ପ୍ରପୀଡ଼ିତ କିଶୋରୀ ଓ ମହିଳାଙ୍କ ଋତୁସ୍ରାବ ଜନିତ ସମସ୍ୟା ପାଇଁ ମାଗଣାରେ ମିଳିବ ସାନିଟାରୀ ପ୍ୟାଡ୍। ସଫା ସୁତୁରା ରହିବା ପାଇଁ ଲୋକଙ୍କୁ ସଚେତନ କରାଯାଉଛି। ସେପଟେ ବାଲେଶ୍ବରରେ ଏବେ ରୋଗୀ ସଂଖ୍ୟା ବଢିବାର ଆଶଙ୍କା କରାଯାଇ ସ୍ବାସ୍ଥ୍ୟ ବିଭାଗର ସ୍ବତନ୍ତ୍ର ଟିମକୁ ନିୟୋଜିତ କରାଯାଇଛି ବୋଲି ସୂଚନା ଦେଇଛନ୍ତି ଜନସ୍ବାସ୍ଥ୍ୟ ନିର୍ଦ୍ଦେଶକ ନିରଞ୍ଜନ ମିଶ୍ର।