ସ୍ୱାସ୍ଥ୍ୟ ପାଇଁ ରାମବାଣ କଦଳୀ ପତ୍ରରେ ଭୋଜନ

0

କଦଳୀ ପତ୍ରରେ ଭୋଜନ ସେବନ କରିବା ଅନେକ ସମୟରେ ଦେଖିଥିବେ। ଭାରତରେ କଦଳୀ ପତ୍ରର ଶୁଭ କାର୍ଯ୍ୟରେ ବିଶେଷ ଭାବେ ପ୍ରୟୋଗ କରାଯାଏ। ଏହାର ବ୍ୟବହାର ବିଭିନ୍ନ ସମାରୋହରେ ଭୋଜନ ପରସିବା କିମ୍ବା ଅନୁଷ୍ଠାନରେ ଥାଳି ଭାବେ ବ୍ୟବହାର କରାଯାଏ। ଏହି ପତ୍ରରେ ଖାଦ୍ୟ ଖାଇବା ଦ୍ୱାରା ପାଚନ ତନ୍ତ୍ର ସୁସ୍ଥ ରହିଥାଏ।

କଦଳୀ ପତ୍ରରେ ଆଣ୍ଟି-ବ୍ୟାକ୍ଟେରିୟଲ ଗୁଣ ରହିଛି। ଏହା ପରିବେଶ ପାଇଁ ମଧ୍ୟ ଉପଯୋଗୀ। ଏହାର ଅନେକ ଲାଭ ରହିଛି।

କଦଳୀ ପତ୍ରରେ ଆଣ୍ଟି-ଅକ୍ସିଡାଣ୍ଟ ରହିଛି। ଏଥିରେ ଭିଟାମିନ୍ ସି ମଧ୍ୟ ରହିଛି। ଯାହା ଏକ ଶକ୍ତିଶାଳୀ ଆଣ୍ଟି- ଅକ୍ସିଡାଣ୍ଟ। ଏହା ଆମ ରୋଗ ପ୍ରତିରୋଧକ ଶକ୍ତିକୁ ମଜଭୂତ କରିଥାଏ।

କଦଳୀ ପତ୍ରରେ ଖାଦ୍ୟ ଖାଇବା ଦ୍ୱାରା ଏଥିରେ ଥିବା ପ୍ରାକୃତିକ ଏନଜାଇମ୍ ଭୋଜନକୁ ହଜମ କରିବାରେ ସହାୟକ ହୋଇଥାଏ। ଏଥିରେ ଥିବା ଫାଇବର ପାଚନ ତନ୍ତ୍ରକୁ ମଜଭୂତ କରିବାରେ ସହାୟକ ହୋଇଥାଏ।

କଦଳୀ ପତ୍ରରେ ଆଣ୍ଟି- ବ୍ୟାକ୍ଟେରିୟଲ ଗୁଣ ରହିଛି। ଯାହା ତ୍ୱଚାର ଅନେକ ସମସ୍ୟାକୁ ଦୂର କରିଥାଏ।

କଦଳୀ ପତ୍ରରେ ଭିଟାମିନ୍ ଏ ରହିଛି। ଯାହା ଚକ୍ଷୁ ପାଇଁ ଖୁବ୍ ଉପକାରୀ ।

ପୂର୍ବ ସମୟରେ ଆୟୁର୍ବେଦ ଔଷଧ ତିଆରି କରିବା ପାଇଁ କଦଳୀ ପତ୍ରର ବ୍ୟବହାର କରାଯାଉଥିଲା। ଭାରତୀୟ ସଂସ୍କୃତିରେ କଦଳୀ ପତ୍ରକୁ ବିିଭିନ୍ନ ସ୍ଥାନରେ ବ୍ୟବହାର କରାଯାଏ। ପୂଜା ପର୍ବ ଠାରୁ ଆରମ୍ଭ କରି ଘର ସାଜସଜ୍ଜା ପର୍ଯ୍ୟନ୍ତ କଦଳୀ ପତ୍ର ବ୍ୟବହାର କରାଯାଏ।

Leave A Reply

Your email address will not be published.