ଭୁବନେଶ୍ଵର (ଆମ ଟିଭି): ଦୀର୍ଘ ୨୪ ବର୍ଷ ଧରି ସାରା ରାଜ୍ୟବାସୀ ଅଣନିଶ୍ୱାସୀ ହୋଇଯାଇଥିବା ବେଳେ ଓଡିଶା ପାଇଁ ଭାରତୀୟ ଜନତା ପାର୍ଟି ର ମଙ୍ଗ ଧରିଥିବା ବରିଷ୍ଠ ନେତା ମନମୋହନ ସାମଲ ସାମ୍ନାକୁ ଆସିଥିଲେ l ସାଢେ ୪କୋଟି ଜନତାଙ୍କ ପରିବର୍ତ୍ତନ ର ସ୍ୱର ତାଙ୍କ ପାଇଁ ଏକ ପ୍ରକାର ଚ୍ୟାଲେଞ୍ଜ ହେଇଯାଇଥିଲା l ସାମ୍ନା କୁ ଆସିଥିଲେ ଏବଂ ଓଡିଶାବାସୀଙ୍କ ପରିବର୍ତ୍ତନ ର ସ୍ୱର ସହିତ ସ୍ୱର ମିଶାଇ ପ୍ରକୃତରେ ପରିବର୍ତ୍ତନ କରିଦେଖାଇଲେ l ଦୀର୍ଘ ୨୪ ବର୍ଷ ଧରି ଅତିଷ୍ଠ ହୋଇଯାଇଥିବା ଓଡ଼ିଶାବାସୀ ଏବେ ଆଶ୍ବସ୍ତି ଅନୁଭବ କରୁଛନ୍ତି l ଆଶାଠାରୁ ଅଧିକ କରିଦେଖାଇଲେ ମନମୋହନ l ସବୁଠି ତାଙ୍କରି ପ୍ରଶଂସା l ପଲ୍ଲୀ ଠାରୁ ଦିଲ୍ଲୀ ପର୍ଯ୍ୟନ୍ତ ସମସ୍ତଙ୍କର ପ୍ରିୟ ହେଇଗଲେ ମନମୋହନ l ସମସ୍ତେ ଯେତେବେଳେ ଗଟବନ୍ଧନ ପାଇଁ ଯୋଜନା କରୁଥିଲେ ଏକୁଟିଆ ମନମୋହନ ଅଡି ବସିଥିଲେ ଏକାକୀ ଲଢିଵାକୁ ଓ କେନ୍ଦ୍ରୀୟ ନେତାମାନଙ୍କୁ ଭରସା ଦେଇ ଥିଲେ ବିଜେପି ନିଶ୍ଚିତ ଏକାକୀ ସରକାର ଗଢିବେ ଆଉ ସେ ଶେଷରେ ସମସ୍ତ କଳ୍ପନା ଯଳ୍ପନାର ଅନ୍ତ ଘଟିଲା ବିଜେପି ଶାସନ ଗାଦିରେ ବସିଲା। ଏତେ ବଡ଼ ପରିବର୍ତ୍ତନ ସର୍ବ ଭାରତୀୟ ସ୍ତରରେ ଆଲୋଚନା ର ବିଷୟ ପାଲଟି ଗଲା l ତାଙ୍କରି ବଳିଷ୍ଠ ନେତୃତ୍ୱ ରେ ଓଡିଶାବାସୀ ପାଇଲେ ଜଣେ ସୁଦକ୍ଷ, ସରଳ, ମେଳାପୀ ଲୋକଙ୍କ ମୁଖ୍ୟମନ୍ତ୍ରୀ l ଆଗାମୀ ୫ ବର୍ଷରେ ପଚାଶ ବର୍ଷର ବିକାଶ କରିବା ପାଇଁ ପ୍ରତିଶୃତିବଧ୍ୟ l

ଆଜି ଭୁବନେଶ୍ୱର ସ୍ଥିତ ଏକ ଘରୋଇ ତାରକା ହୋଟେଲ ରେ ଆୟୋଜକ ଶିକ୍ଷାବିତ୍,ଉଦ୍ୟୋଗପତି ଶ୍ରୀନିବାସ ପଟ୍ଟନାୟକ ସମେତ ସବୁ ବର୍ଗ ର ଦଳୀୟ କର୍ମୀ, ମିଡ଼ିଆ ବନ୍ଧୁ, ଚିକିତ୍ସାବିତ୍ , ଶିକ୍ଷାବିତ୍, କଳାକାର,ସଂଗୀତ ନିର୍ଦ୍ଦେଶକ, କଣ୍ଠଶିଳ୍ପୀ, ଉଦ୍ୟୋଗପତି, ଶିଳ୍ପପତି ତଥା ଶୁଭେଚ୍ଛୁ ଙ୍କର ଏକ ସମ୍ବର୍ଦ୍ଧନା ପର୍ବ ଅନୁଷ୍ଠିତ ହୋଇଥିଲା l ପ୍ରାୟ ୫ ଶହ ଲୋକଙ୍କର ସମାଗମ ହୋଇଥିଲା l ସମସ୍ତେ ମନମୋହନ ଙ୍କ ଉଦ୍ୟମ କୁ ଭୂୟସୀ ପ୍ରଶଂସା କରିଥିଲେ।