ଇକୋନୋମିକ୍ସ ଟାଇମ୍ସ ସର୍ଭେର ସାଂଘାତିକ ରେପୋର୍ଟ: ଯୁକ୍ତଦୁଇ ପାସ କରିବାକୁ ଖର୍ଚ୍ଚ ହେଉଛି ୩୦ ଲକ୍ଷ
ନୂଆଦିଲ୍ଲୀ (ଆମ ଟିଭି):ପିଲାଙ୍କ ପାଠପଢ଼ା ନେଇ ଇକୋନୋମିକ୍ସ ଟାଇମ୍ସର ସର୍ଭେରୁ ଯେଉଁ ତଥ୍ୟ ଆସିଛି ତାହା ଚିନ୍ତା ବଢ଼ାଇ ଦେଇଛି । ଦେଶର ବଡ ବଡ ସହରରେ ଥିବା ବେସରକାରୀ ସ୍କୁଲଗୁଡିକରେ ପାଠପଢ଼ା ପାଇଁ ଯେଉଁ ଖର୍ଚ୍ଚ ହେଉଛି, ତାହା ମଧ୍ୟବିତ୍ତଙ୍କୁ ନୟାନ୍ତ କରୁଛି ।ଓଡ଼ିଶାରେ ମଧ୍ୟ ସମାନ ଅବସ୍ଥା । ରାଜ୍ୟରେ ଥିବା ବେସରକାରୀ ସ୍କୁଲରେ ନର୍ସରୀରେ ନର୍ସରୀରେ ନାମଲେଖା ଲାଗି ଗଣିବାକୁ ପଡୁଛି ୪୦ ହଜାରରୁ ୧ ଲକ୍ଷ ଟଙ୍କାରୁ ଅଧିକ ।
ଏହାଛଡ଼ା ପ୍ରତି ମାସରେ ୨ ହଜାରରୁ ୩ ହଜାର ଟଙ୍କା ପର୍ଯ୍ୟନ୍ତ ଟ୍ୟୁସନ ଫି’ ବାବଦରେ କଷୁଛନ୍ତି ଘରୋଇ ସ୍କୁଲ । ଏହାଛଡ଼ା ଭିନ୍ନ ଭିନ୍ନ ଆଳରେ ଅଭିଭାବକଙ୍କଠାରୁ ଆଦାୟ କରାଯାଉଛି ଟଙ୍କା । ତେବେ ୧୯୯୬ ଗେଜେଟ ନୋଟିଫିକେସନରେ ସମାନ୍ତରାଳ ସ୍କୁଲ ଫି ନିର୍ଦ୍ଧାରଣ କରିବାକୁ କହିଥିଲେ ରାଜ୍ୟ ସରକାର । ଏହାକୁ ତୁରନ୍ତ ଲାଗୁ କରି ସ୍କୁଲୱାରୀ ଫି’ ନିର୍ଦ୍ଧାରଣ ସରକାର କରନ୍ତୁ ବୋଲି ଦାବି କରିଛି ଓଡିଶା ଅଭିଭାବକ ମହାସଂଘ । ବେସରକାରୀ ସ୍କୁଲରେ ଦେୟ ବୃଦ୍ଧି ପାଉଥିବାବେଳେ ଆବଶ୍ୟକୀୟ ସୁବିଧା ସୁଯୋଗ ଏବଂ ଶିକ୍ଷାଦାନ ମାନରେ ଉନ୍ନତି ହେଉନାହିଁ । ଯେଉଁଥିପାଇଁ ସ୍କୁଲ ଟଙ୍କା ନେଉଛି, ସେହି ସୁବିଧା ସବୁ ଛାତ୍ରଛାତ୍ରୀଙ୍କୁ ଉପଲବ୍ଧ କରାଯାଉନଥିବା ଅଭିଯୋଗ ହେଉଛି ।