ଆସନ୍ତାକାଲି ଘୋଷଣା ହେବ ନିର୍ବାଚନ ତାରିଖ

0

ନୂଆଦିଲ୍ଲୀ (ଆମ ଟିଭି): ଆସନ୍ତାକାଲି ଅର୍ଥାତ୍‌ ଶନିବାର ଘୋଷଣା ହେବ ନିର୍ବାଚନ ତାରିଖ। ଲୋକ ସଭା ଏବଂ କିଛି ରାଜ୍ୟର ବିଧାନସଭା ପାଇଁ ତାରିଖ ଘୋଷଣା ହୋଇପାରେ। ଆସନ୍ତାକାଲି ଅପରାହ୍ନ ୩ଟାରେ ଏକ ଖବରଦାତା ସମ୍ମିଳନୀରେ ନିର୍ବାଚନ କମିଶନ ତାରିଖ ଘୋଷଣା କରିବେ। ଓଡ଼ିଶାରେ ମଧ୍ୟ କାଲି ନିର୍ବାଚନ ତାରିଖ ଘୋଷଣା ହେବ। ନିର୍ବାଚନ ତାରିଖ ଘୋଷଣା ସହ ଆସନ୍ତାକାଲି ନିର୍ବାଚନ ଆଚରଣ ବିଧି ଲାଗୁ ହେବ।

ସୂଚନାଯୋଗ୍ୟ, ପୂର୍ବ ୨୦୧୯ ନିର୍ବାଚନ ମାର୍ଚ୍ଚ ୧୦ରେ ଘୋଷଣା କରାଯାଇଥିଲା। ନିର୍ବାଚନ ଆୟୋଗ ରବିବାର ୨୦୧୯ରେ ଲୋକ ସଭା ନିର୍ବାଚନ ଘୋଷଣା କରିଥିଲେ, କିନ୍ତୁ ଏଥର ଶନିବାର ଘୋଷଣା କରାଯିବ। ଗତଥର ୭ଟି ପର୍ଯ୍ୟାୟରେ ଲୋକ ସଭା ନିର୍ବାଚନ ଅନୁଷ୍ଠିତ ହୋଇଥିଲା। ଏଥର ମଧ୍ୟ ୬ରୁ ୭ ପର୍ଯ୍ୟାୟରେ ନିର୍ବାଚନ ହୋଇପାରେ ବୋଲି ସମ୍ଭାବନା ରହିଛି। ତେବେ ଆସନ୍ତାକାଲି ହିଁ ସ୍ପଷ୍ଟ ସୂଚନା ମିଳିଯିବ।

Leave A Reply

Your email address will not be published.