ଦାୟିତ୍ୱ ଗ୍ରହଣ କଲେ ସୁଖବୀର ସିଂହ ସାନ୍ଧୁ ଓ ଜ୍ଞାନେଶ କୁମାର
ଜ୍ଞାନେଶ କୁମାର ଏବଂ ସୁଖବୀର ସିଂ ସାନ୍ଧୁ ଶୁକ୍ରବାର ସକାଳେ ନିର୍ବାଚନ କମିଶନର ଭାବେ ଦାୟିତ୍ୱ ଗ୍ରହଣ କରିଛନ୍ତି । ନିର୍ବାଚନ ଆୟୋଗର ଦୁଇଟି ଖାଲି ପଦବୀରେ ଜ୍ଞାନେସ କୁମାର ଏବଂ ସୁଖବୀର ସିଂ ସାନ୍ଧୁଙ୍କୁ ନିଯୁକ୍ତ କରାଯାଇଛି । ଶୁକ୍ରବାର ଦିନ ଜ୍ଞାନେଶ୍ କୁମାର ଏବଂ ସୁଖବୀର ସିଂ ସାନ୍ଧୁ ଦାୟିତ୍ୱ ଗ୍ରହଣ କରିଛନ୍ତି । ଏହି ସମୟରେ ମୁଖ୍ୟ ନିର୍ବାଚନ କମିଶନର ରାଜୀବ କୁମାର ଦୁଇଜଣ ନୂତନ ନିର୍ବାଚିତ କମିଶନର ଜ୍ଞାନେଶ କୁମାର ଏବଂ ଡକ୍ଟର ସୁଖବୀର ସିଂ ସାନ୍ଧୁଙ୍କୁ ସ୍ୱାଗତ କରିଥିଲେ।
ପ୍ରଧାନମନ୍ତ୍ରୀ ମୋଦୀଙ୍କ ନେତୃତ୍ୱରେ କମିଟି ତାଙ୍କୁ ଗୁରୁବାର ଦିନ ନିଯୁକ୍ତ କରିଛି। ଗୁରୁବାର କେନ୍ଦ୍ର ଆଇନ ଓ ନ୍ୟାୟ ମନ୍ତ୍ରଣାଳୟ ଏ ସମ୍ପର୍କରେ ଏକ ସରକାରୀ ବିବୃତ୍ତି ଦେଇଛନ୍ତି। ଅନୁପ ଚନ୍ଦ୍ର ପାଣ୍ଡେ 14 ଫେବୃଆରୀରେ ଅବସର ନେଇଥିଲେ। ଏହା ପରେ ମାର୍ଚ୍ଚ 8 ରେ ଅରୁଣ ଗୋୟଲ ତାଙ୍କ ପଦରୁ ଇସ୍ତଫା ଦେଇଥିଲେ। ଏଭଳି ପରିସ୍ଥିତିରେ ନିର୍ବାଚନ ଆୟୋଗର ଦୁଇଟି ପଦ ଖାଲି ପଡିଥିଲା ।