ବାଲାଟ ପେପରରେ ହେଉ ନିର୍ବାଚନ, ଭାଜପା ଦେଖାଉ ତା’ର ଶକ୍ତି: ସଞ୍ଜୟ ରାଉତ

0

ନୂଆଦିଲ୍ଲୀ (ଆମ ଟିଭି): ଉଦ୍ଧବ ଠାକରେ ଦଳର ଏମପି ସଞ୍ଜୟ ରାଉତ ଭାଜପା ବିରୋଧରେ ଏକ ବଡ ଅଭିଯୋଗ କରିଛନ୍ତି। ଇଭିଏମ ସମ୍ବନ୍ଧରେ ସେ ଅନେକ ପ୍ରଶ୍ନ ମଧ୍ୟ ଉଠାଇଥିଲେ। ସଞ୍ଜୟ ରାଉତ କହିଛନ୍ତି, ଆମେ ଇଭିଏମକୁ ଗଣତନ୍ତ୍ର ଭାବରେ ଗ୍ରହଣ କରୁନାହୁଁ। ଏଥିରେ ଆମେ କାହା ପାଇଁ ଭୋଟ ଦେଇଛୁ ତାହା ଜାଣି ନାହୁଁ। ବାଲାଟ ପେପରରେ ଆମେ କାହାକୁ ଭୋଟ ଦେଇଥିଲୁ ତାହା ଜାଣିଥିଲୁ। ବାଲାଟ ପେପର ମାଧ୍ୟମରେ ନିର୍ବାଚନ କରାଯିବା ଉଚିତ ବୋଲି ଆମେ କହିଥିଲୁ। କିନ୍ତୁ ଭାଜପା ଆମ କଥା ଶୁଣୁନାହିଁ। ଅନେକ ବଡ ଦେଶରେ ବାଲାଟ ପେପର ମାଧ୍ୟମରେ ନିର୍ବାଚନ ଅନୁଷ୍ଠିତ ହୁଏ।

ସଞ୍ଜୟ ରାଉତ ଆହୁରି କହିଛନ୍ତି, ବାଲାଟ ପେପର ମାଧ୍ୟମରେ ନିର୍ବାଚନ ଆୟୋଜନ କରିବାକୁ ଅନ୍ତତଃପକ୍ଷେ ସାହସ ଦେଖାଇବା ଉଚିତ। ଭାଜପା କାହିଁକି ଇଭିଏମକୁ ଏତେ ଭଲ ପାଏ ବୋଲି ସେ ପ୍ରଶ୍ନ କରିଛନ୍ତି। କୌଣସି ଘୋଟାଲା ଅଛି କି। ଭାଜପା ଇଭିଏମ ମାଧ୍ୟମରେ କୌଣସି ସ୍କାମ କରିବାକୁ ଚାହୁଁଛି କି ବୋଲି ମଧ୍ୟ ସେ ପ୍ରଶ୍ନ କରିଛନ୍ତି।

Leave A Reply

Your email address will not be published.