ନୂଆ ଅବତାରରେ ରିତେଶ, ‘ଶିବାଜୀ ମହାରାଜ’ ଟ୍ରେଲର ଦେଖି ମନ୍ମୁଗ୍ଧ ଫ୍ୟାନ୍
ଛତ୍ରପତି ଶିବାଜୀ ମହାରାଜ’ ଫିଲ୍ମ ଟ୍ରେଲର ରିଲିଜ।ରିତେଶଙ୍କୁ ନୂଆ ଲୁକରେ ଦେଖିବାକୁ ପାଇବେ ଦର୍ଶକ।ରାଜା ଶିବାଜୀ, ଯାହା ବୀର ମରାଠା ଯୋଦ୍ଧା ଏବଂ ହିନ୍ଦ ସ୍ବରାଜ୍ଯର ପ୍ରତିଷ୍ଠାତାଙ୍କ ଜୀବନୀକୁ ବର୍ଣ୍ଣନା କରିଥାଏ । ଏହି ଫିଲ୍ମଟି ରିତେଶ ଦେଶମୁଖଙ୍କ ଦ୍ୱାରା ଲିଖିତ ଏବଂ ନିର୍ଦ୍ଦେଶିତ ଟ୍ରେଲର ଏବେ ମୁକ୍ତିଲାଭ କରିଛି । ଟ୍ରେଲରରେ ସ୍ବରାଷ୍ଟ୍ର ପାଇଁ ସଂଘର୍ଷ ଏବଂ ମରାଠା ବିଦ୍ରୋହକୁ ଦର୍ଶାଯାଇଛି ଛତ୍ରପତି ଶିବାଜୀ ମହାରାଜଙ୍କ ଭୂମିକାରେ ରିତେଶ ଦେଶମୁଖ ଓ ତାଙ୍କ ପତ୍ନୀ ଜେନେଲିଆ ଡିସୁଜା ସାଇବାଇ ଭୂମିକାରେ ଅଭିନୟ କରିଛନ୍ତି । ବିଦ୍ୟା ବାଲାନ ଏକ ନକାରାତ୍ମକ ଭୂମିକାରେ ଅଭିନୟ କରିଛନ୍ତି । ଅଭିଷେକ ଛତ୍ରପତି ଶିବାଜୀଙ୍କ ବଡ଼ ଭାଇ ସମ୍ଭାଜୀ ଶାହାଜୀ ଭୋସଲେଙ୍କ ଭୂମିକାରେ ନଜର ଆସିବେ । ସଞ୍ଜୟ ଦତ୍ତ ଅଫଜଲ ଖାନଙ୍କ ଭୂମିକାରେ ନଜର ଆସିବେ ଫିଲ୍ମରେ ମରାଠାମାନଙ୍କ ଉପରେ କରାଯାଇଥିବା ଅତ୍ଯାଚାରକୁ ଦର୍ଶାଯାଇଛି । କିପରି ଶିବାଜୀ ଶେଷରେ ଅଫଜଲକୁ ଜୀବନ ନିଅନ୍ତି, ତାହା ବେଶ୍ ରୋମାଞ୍ଜକର ରହିଛି । ଏହି କାହାଣୀ ମରାଠାମାନଙ୍କ ଭାବବେଗ ସହିତ ଜଡ଼ିତ ।
ରିତେଶଙ୍କ ପୂର୍ବରୁ ଅନେକ ଅଭିନେତା ପରଦାରେ ଛତ୍ରପତି ଶିବାଜୀ ମହାରାଜଙ୍କୁ ଚିତ୍ରିତ କରିଛନ୍ତି । ତଥାପି, ରିତେଶ ଏହି ଭୂମିକାରେ ନିଜକୁ ସଫଳତାର ସହ ଭିନ୍ନ କରିଥିବା ପରି ମନେହୁଏ ଶିବାଜୀ ମହାରାଜଙ୍କ ଚିତ୍ରଣରେ ସେ ଯେଉଁଭଳି ଭାବରେ ସନ୍ତୁଳିତ କରିଛନ୍ତି । ତାହା ପ୍ରକୃତରେ ପ୍ରଶଂସନୀୟ ଟ୍ରେଲର ଲଞ୍ଚ ଇଭେଣ୍ଟରେ, ରିତେଶ ଏବଂ ଜେନେଲିଆ ଉଭୟ ଏହି ଫିଲ୍ମ ବିଷୟରେ କହିବା ସମୟରେ ଆଖି ଲୁହରେ ଭିଜି ଯାଇଥିଲା କାରଣ । ଏହା ତାଙ୍କର ୧୦ ବର୍ଷର କଠିନ ପରିଶ୍ରମର ଫଳ ଥିଲା, ସେମାନଙ୍କ ପାଇଁ, ଏହି ଫିଲ୍ମ ଏକ ସ୍ବପ୍ନ, ଯାହାକି ସାକାର ହୋଇଛି ।ଏହି ଚଳଚ୍ଚିତ୍ର ମେ ୧ ତାରିଖରେ ହିନ୍ଦୀ, ମରାଠୀ ଏବଂ ତେଲୁଗୁ ଭାଷାରେ ଥିଏଟରରେ ମୁକ୍ତିଲାଭ କରିବ ।