ଜୀ ସାର୍ଥକରେ ମେ ୩ ତାରିଖ ସନ୍ଧ୍ୟା ୬:୩୦ ମିନିଟରେ ପ୍ରଥମ ଥର ପାଇଁ ସୁପରହିଟ ଚଳଚିତ୍ର ଦେଖନ୍ତୁ ‘ଚକ୍ରାନ୍ତ’

0

ଓଡ଼ିଶାର ପ୍ରତିଟି ଘରର ପ୍ରିୟ ମନୋରଞ୍ଜନ ଚ୍ୟାନେଲ ‘ଜୀ-ସାର୍ଥକ’ ସବୁବେଳେ ଦର୍ଶକଙ୍କ ପସନ୍ଦକୁ ଆଧାର କରି ନୂଆ ନୂଆ ଚଳଚ୍ଚିତ୍ର ଭେଟିଦେଇଛି । ସେହିପରି ଆସନ୍ତା ମେ ୩ ତାରିଖ ସନ୍ଧ୍ୟା ୬:୩୦ ମିନିଟରେ ଜୀ ସାର୍ଥକ ପରଦାରେ ପ୍ରଥମ ଥର ପାଇଁ ପ୍ରସାରିତ ହେବାକୁ ଯାଉଛି ନୂଆ ଓଡ଼ିଆ କ୍ରାଇମ୍-ଥ୍ରୀଲର ଚଳଚ୍ଚିତ୍ର ‘ଚକ୍ରାନ୍ତ’। ଏହା ଏକ ସରଳ ନିରୀହ ଝିଅ ନୈନାର ସଂଘର୍ଷ, ସାହସ ଓ ନାରୀ ସଶକ୍ତିକରଣର ଏକ ପ୍ରେରଣାଦାୟକ କାହାଣୀ।

ନିଜର ସ୍ୱପ୍ନ ପୂରଣ କରିବାକୁ ଭୁବନେଶ୍ୱର ଆସିଥିବା ଏକ ନିରୀହ ଗାଁ ଝିଅ କିପରି ଏକ ହତ୍ୟା ମାମଲାରେ ଫସିଯାଏ ଏବଂ ନିଜ ପ୍ରେମିକ ଦ୍ୱାରା ପ୍ରତାରିତ ହୋଇ ଏକୁଟିଆ ହୋଇଯାଏ, ତାହା ଏହି ଫିଲ୍ମରେ ଦର୍ଶାଯାଇଛି। ହେଲେ ନୈନା ହାରିଯାଏ ନାହିଁ, ତେବେ କଣ ସେ ନିଜକୁ ନିର୍ଦ୍ଦୋଷ ସାବ୍ୟସ୍ତ କରିପାରିବ ? ପ୍ରେମ, ପ୍ରତାରଣା, ଅପରାଧ ଏବଂ ମାନସିକ ଷଡ଼ଯନ୍ତ୍ରର ଏହି ରହସ୍ୟମୟ ତଥା ରୋମାଞ୍ଚକର କାହାଣୀ ଦର୍ଶକଙ୍କୁ ଶେଷ ପର୍ଯ୍ୟନ୍ତ ବାନ୍ଧି ରଖିବ ଯେପରି ପୂର୍ବରୁ ଓଡ଼ିଶାର ବିଭିନ୍ନ ପ୍ରେକ୍ଷାଳୟରେ ଦର୍ଶକଙ୍କ ମନ ଜିତିଥିଲା ।

ଦିଶା ପାଢ଼ୀଙ୍କ କାହାଣୀ, ସୌରଭ ପାଢ଼ୀଙ୍କ ପ୍ରଯୋଜନା ଏବଂ ପିନୁ ନାୟକଙ୍କ ନିର୍ଦ୍ଦେଶନାରେ ନିର୍ମିତ ଏହି ଚଳଚ୍ଚିତ୍ରରେ ମୁଖ୍ୟ ଭୂମିକାରେ ଅଛନ୍ତି ଶୁଭାଶିଷ ଶର୍ମା ଏବଂ ଭୂମିକା ଦାଶ। ଶୁଭାଶିଷଙ୍କ ଦମଦାର ଅଭିନୟ ଏବଂ ଭୂମିକାଙ୍କ ଭାବପୂର୍ଣ୍ଣ ପ୍ରଦର୍ଶନ ଫିଲ୍ମର ମୁଖ୍ୟ ଆକର୍ଷଣ। ଅନ୍ୟ ପ୍ରମୁଖ ଭୂମିକାରେ ହରିହର ମହାପାତ୍ର, ଜୟପ୍ରକାଶ ଚୌଧୁରୀ, ଶୁଭମ୍ ପାଢ଼ୀ ଓ ପ୍ରଦ୍ୟୁମ୍ନ ଲେଙ୍କା ନଜର ଆସିଛନ୍ତି ।

ଏହି ଚଳଚ୍ଚିତ୍ରର ସଙ୍ଗୀତ ନିର୍ଦ୍ଦେଶନା ଦେଇଛନ୍ତି ସ୍ୱର୍ଗତଃ ଅଭିଜିତ ମଜୁମଦାର। ଏହି ଅବସରରେ ଜୀ ସାର୍ଥକର ଚିଫ୍ ଚ୍ୟାନେଲ୍ ଅଫିସର୍ ଶ୍ରୀ ରାହୁଲ ରାଓ ଏକ ଭାବପ୍ରବଣ ବାର୍ତ୍ତା ଦେଇ କହିଛନ୍ତି, “ସ୍ୱର୍ଗତଃ ଅଭିଜିତ ମଜୁମଦାରଙ୍କ ସଙ୍ଗୀତ ଏହି ଚଳଚ୍ଚିତ୍ରର ହୃଦୟ। ଏଥିରେ ତାଙ୍କର ସ୍ୱରବଦ୍ଧ ସଙ୍ଗୀତ ଦର୍ଶକଙ୍କ ମନକୁ ଛୁଇଁବ ଏବଂ ଆଖିରେ ଲୁହ ଆଣିଦେବ। ତାଙ୍କର ଅନୁପସ୍ଥିତିକୁ ଆମେ ଗଭୀର ଭାବେ ଅନୁଭବ କରୁଛୁ। ଓଡ଼ିଆ ସଙ୍ଗୀତ ଜଗତକୁ ତାଙ୍କର ଅମୂଲ୍ୟ ଅବଦାନ ପାଇଁ ‘ଚକ୍ରାନ୍ତ’ ଆମ ତରଫରୁ ତାଙ୍କ ପ୍ରତି ଏକ ଛୋଟ ଶ୍ରଦ୍ଧାଞ୍ଜଳି।”

Leave A Reply

Your email address will not be published.