ଓଡ଼ିଶାରେ ଶିବରାଜ ସିଂ ଚୌହାନ

0

ସାଧାରଣ ନିର୍ବାଚନ ପାଖେଇ ଆସୁଥିବା ବେଳେ ଓଡିଶା ମୁହାଁ ବିଜେପିର କେନ୍ଦ୍ରୀୟ ନେତୃତ୍ୱ । ବିଜେପି ଫୋକସରେ ରହିଛି ଲୋକସଭା ଆସନ । ଆଜି ମଧ୍ୟପ୍ରଦେଶର ପୂର୍ବତନ ମୁଖ୍ୟମନ୍ତ୍ରୀ ଶିବରାଜ ସିଂ ଚୌହ୍ୱାନ ଦିନିକିଆ ଓଡିଶା ଗସ୍ତରେ ଆସୁଛନ୍ତି । ଆଜି ମଧ୍ୟାହ୍ନ ୧୨ଟାରେ ଭୁବନଶ୍ୱର ବିମାନ ବନ୍ଦରରେ ପହଞ୍ଚିବା ପରେ ସିଧା ଜଗତସିଂହପୁର ଯିବେ ।

ଜଗତସିଂହପୁର ଲୋକସଭା ସଂସଦୀୟ କ୍ଷେତ୍ର କାର୍ଯ୍ୟକର୍ତା ସମ୍ମିଳନୀରେ ଯୋଗ ଦେବେ ଶିବରାଜ । ଏହାପରେ ଶିବରାଜ ଚୌହ୍ୱାନ ସନ୍ଧ୍ୟାରେ ମା ଶାରଳାଙ୍କ ଦର୍ଶନ କରି ଆଶୀର୍ବାଦ ନେବେ । ଏହାପରେ ସନ୍ଧ୍ୟାରେ କଟକସ୍ଥିତ ଶାରଳା ଭବନରେ ଅନୁଷ୍ଠିତ କଟକ ସଂସଦୀୟ କ୍ଷେତ୍ର କାର୍ଯ୍ୟକର୍ତା ସମ୍ମିଳନୀରେ ଯୋଗ ଦେବେ । କଟକର ଅଧିଷ୍ଠାତ୍ରୀ ଦେବା ମା କଟକ ଚଣ୍ଡିଙ୍କ ଦର୍ଶନ କରିବା ପରେ ଶିବରାଜ ସିଂ ଚୌହ୍ୱାନ ଭୁବନେଶ୍ୱର ପ୍ରତ୍ୟାବର୍ତନ କରିବେ ବୋଲି ସୂଚନା ରହିଛି ।

Leave A Reply

Your email address will not be published.