ରାଜଧାନୀ ଅଳିଆ ବିବାଦ: ୨ରୁ ୩ ଦିନ ମଧ୍ୟରେ ସମସ୍ୟା ସମାଧାନ ହୋଇଯିବ କହିଲେ ମନ୍ତ୍ରୀ

0

ଭୁବନେଶ୍ୱର (ଆମ ଟିଭି): ରାଜଧାନୀରେ ଅଳିଆ ବିବାଦ । କେଉଁଠି ପଡ଼ିବ ରାଜଧାନୀ ଅଳିଆ । ସେହି ଅଳିଆକୁ ନେଇ ଉପୁଜିଛି ବିବାଦ । ସହରରୁ ବାହାରୁଥିବା ଦେନନ୍ଦିନ ଅଳିଆକୁ ନେଇ ହୋଇଛି ଏହି ବିବାଦ । ଆଉ ଏହି ବିବାଦ ଭିତରେ ଫିସିଛି ଭୁବନେଶ୍ୱର ମ୍ୟୁନିସିପାଲ କର୍ପୋରେସନ। ପ୍ରକୃତରେ ରାଜଧାନୀରୁ ପ୍ରତିଦିନ ଦାରୁଠେଙ୍ଗ ଡମ୍ପିଂୟାର୍ଡକୁ ୧୦୦ ଟ୍ରିପ୍ ଅଳିଆ ଯାଏ । କିନ୍ତୁ ଦାରୁଠେଙ୍ଗ ବାସିନ୍ଦା ଏହାକୁ ବିରୋଧ କରୁଛନ୍ତି । ଦାରୁଠେଙ୍ଗ ବାସିନ୍ଦାଙ୍କର ଅଭିଯୋଗ ରହିଛି ଯେ ଏଠାରେ ପ୍ରତିଦିନ ରାଜଧାନୀର କୂଢ଼ କୂଢ଼ ଅଳିଆ ଗଦା ହେବା ଫଳରେ ପରିବେଶ ଦୂଷିତ ହେଉଛି ଏବଂ ଲୋକମାନଙ୍କୁ ଅନେକ ଅସୁବିଧାର ସମ୍ମୁଖୀନ କରିବାକୁ ପଡ଼ୁଛି । ଯାହାକୁ ବିରୋଧ କରି ଦାରୁଠେଙ୍ଗରେ ଅଳିଆ ପକାଇଦେଉନାହାଁନ୍ତି ସ୍ଥାନୀୟ ଲୋକେ ।

ଆଉ ସେପଟେ ରାଜଧାନୀର ବିଭିନ୍ନ ସ୍ଥାନରୁ ଅଳିଆ ଉଠିପାରୁନାହଁ ଏବଂ ଅନେକ ଅସ୍ଥାୟୀ ଅଳିଆଗଦା ମଧ୍ୟ ପୂରିବାରେ ଲାଗିଲାଣି । ଏହାରି ମଧ୍ୟରେ ମାମଲାରକୁ ନେଇ ନଗର ଉନ୍ନୟନ ମନ୍ତ୍ରୀ ଉଷା ଦେବୀଙ୍କ ପ୍ରତିକ୍ରିୟା ସାମ୍ନାକୁ ଆସିଛି । ସେ କହିଛନ୍ତି ଗ୍ରାମବାସୀଙ୍କ ସହ ମେୟର ଓ କମିଶନର ଆଲୋଚନା କରୁଛନ୍ତି । ୨ ରୁ ୩ ଦିନ ଭିତରେ ସମାଧାନ ହେବା ନେଇ ଆଶା ଅଛି । ଏହା ସହ ବାୟୋ ମାଇନିଂ ପ୍ଲାଣ୍ଟ ଉପରେ ବିଚାର କରାଯାଉଥିବା ନେଇ କହିଛନ୍ତି ମନ୍ତ୍ରୀ ।

 

Leave A Reply

Your email address will not be published.