ପ୍ରଧାନମନ୍ତ୍ରୀଙ୍କ ଗସ୍ତ ପୂର୍ବରୁ ମିଳିଥିଲା ଜିଲେଟିନ ଷ୍ଟିକ୍, ସୁରକ୍ଷାରେ ତ୍ରୁଟି ଯୋଗୁଁ ୬ ପୋଲିସ କର୍ମୀ ନିଲମ୍ବିତ

0

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ କର୍ଣ୍ଣାଟକ ଗସ୍ତ ପୂର୍ବରୁ ବେଙ୍ଗାଲୁରୁରେ ଜିଲାଟିନ୍ ଷ୍ଟିକ୍ ମିଳିବା ଘଟଣାର ଯାଞ୍ଚ ଚାଲିଛି । ସୁରକ୍ଷାରେ ତ୍ରୁଟି ତଦନ୍ତ ପାଇଁ ୬ ଜଣ ରାଜ୍ୟ ପୋଲିସ ଅଧିକାରୀଙ୍କୁ ନିଲମ୍ବିତ କରାଯାଇଛି । ପ୍ରଧାନମନ୍ତ୍ରୀ ମୋଦିଙ୍କ ନିର୍ଦ୍ଧାରିତ ଗସ୍ତ ସମୟରେ ବେଙ୍ଗାଲୁରୁର ଜିଲାଟିନ୍ ଷ୍ଟିକ୍ ମିଳିଥିଲା ।

ବେଙ୍ଗାଲୁରୁ ଦକ୍ଷିଣ ଜିଲ୍ଲା ପୋଲିସ ଅଧିକ୍ଷକ (ଏସପି) ଆର ଶ୍ରୀନିବାସ ଗୌଡାଙ୍କ ନିର୍ଦ୍ଦେଶ ପରେ କର୍ତ୍ତବ୍ୟରେ ଅବହେଳା ଅଭିଯୋଗରେ ଜଣେ ପୋଲିସ ସବ-ଇନ୍ସପେକ୍ଟର, ଜଣେ ସହକାରୀ ପୋଲିସ ସବ-ଇନ୍ସପେକ୍ଟର (ଏବଂ ଚାରି ଜଣ କନଷ୍ଟେବଳଙ୍କୁ ନିଲମ୍ବିତ କରାଯାଇଛି । ଘଟଣାଟି ମେ ୧୦ ତାରିଖରେ ଘଟିଥିଲା, ଯେତେବେଳେ କନକପୁରା ରୋଡ୍ ନିକଟସ୍ଥ ଏକ ଜଙ୍ଗଲ ଅଞ୍ଚଳ ସଂଲଗ୍ନ ଏକ ମାଟି ରାସ୍ତାରୁ ୨୦ ଫୁଟ ଦୂରରେ ଦୁଇଟି ଜେଲେଟିନ୍ ଷ୍ଟିକ୍, ଛଅଟି ଧୂପକାଠି, ଗୋଟିଏ ଦିଆସିଲ, ସେଲଫୋନ ଟେପ, ଏକ ବ୍ୟାଟେରୀ ପ୍ୟାକ୍, ତାର ଏବଂ ସର୍କିଟ ବୋର୍ଡ ଭଳି ଜିନିଷ ମିଳିଥିଲା ।

ପ୍ରଧାନମନ୍ତ୍ରୀ ମୋଦି ଆର୍ଟ ଅଫ୍ ଲିଭିଂର ୪୫ତମ ବାର୍ଷିକୀ ଏବଂ ଏହାର ପ୍ରତିଷ୍ଠାତା ଶ୍ରୀ ଶ୍ରୀ ରବି ଶଙ୍କରଙ୍କ ୭୦ତମ ଜନ୍ମଦିନ ପାଳନ ଅବସରରେ ଆୟୋଜିତ କାର୍ଯ୍ୟକ୍ରମରେ ଯୋଗଦେବା ପାଇଁ ବେଙ୍ଗାଲୁରୁ ଗସ୍ତରେ ଥିଲେ । ପ୍ରଧାନମନ୍ତ୍ରୀଙ୍କ ଗସ୍ତର ପ୍ରାୟ ଦେଢ଼ ଘଣ୍ଟା ପୂର୍ବରୁ ବିସ୍ଫୋରକ ସାମଗ୍ରୀ ଉଦ୍ଧାର କରାଯାଇଥିଲା । ବେଙ୍ଗାଲୁରୁ ଦକ୍ଷିଣ ଜିଲ୍ଲାର କାଗଲିପୁରା ପୋଲିସ ବିସ୍ଫୋରକ ମାମଲାରେ ଏକ ଏଫଆଇଆର ରୁଜୁ କରିଛି ।

ଏହି ମାମଲାରେ ପୋଲିସ ଏପର୍ଯ୍ୟନ୍ତ କାହାକୁ ଗିରଫ କରିନାହିଁ । ତେବେ ବିସ୍ଫୋରକ କେଉଁଠୁ ଆସିଲା ତାହା ଜଣାପଡିନାହିଁ । ଜାତୀୟ ତଦନ୍ତ ସଂସ୍ଥା (NIA) ଏହାର ଏକ ଟିମ୍ ଦିଲ୍ଲୀରୁ ଆସି ଯାଞ୍ଚ କରିଥିଲା । କିନ୍ତୁ କୌଣସି ସଫଳତା ମିଳିନଥିଲା ।

Leave A Reply

Your email address will not be published.