ସିସୋଦିଆଙ୍କ ସମର୍ଥନରେ ସରକାରୀ ସ୍କୁଲ

0

ନୂଆଦିଲ୍ଲୀ :‘ଆଇ ଲଭ୍ ମନୀଷ ସିସୋଦିଆ’ ଏଭଳି କିଛି ବ୍ୟାନର୍ ଲଗାଇ ଦିଲ୍ଲୀର ପୂର୍ବତନ ଉପ-ମୁଖ୍ୟମନ୍ତ୍ରୀଙ୍କୁ ସମର୍ଥନ କରିବା ଏବେ ଏକ ସରକାରୀ ସ୍କୁଲକୁ ମହଙ୍ଗା ପଡିଛି। ଏହି ସ୍କୁଲ ବିରୋଧରେ କଡା ଆକ୍ସନ ନେଇଛି ପୁଲିସ। ଏଭଳି ବ୍ୟାନର ଲଗାଇବାକୁ ନେଇ ରୁଜୁ ହୋଇଛି ମାମଲା।

ଶନିବାର ଦିନ ଉତ୍ତର-ପୂର୍ବ ଦିଲ୍ଲୀର ଶାସ୍ତ୍ରୀ ପାର୍କ ଅଞ୍ଚଳର ସ୍ଥାନୀୟ ବାସିନ୍ଦା ଏଭଳି ବ୍ୟାନର ଲଗାଇବାକୁ ବିରୋଧ କରିଥିଲେ। ଏହା ପରେ ଲୋକମାନେ ପୁଲିସ ନିକଟରେ ଅଭିଯୋଗ କରିଥିଲେ। ପରେ ଶାସ୍ତ୍ରୀ ପାର୍କ ପୁଲିସ ଷ୍ଟେସନରେ ଦିଲ୍ଲୀ ପ୍ରିଭେନସନ୍ ଅଫ୍ ଡିଫେସମେଣ୍ଟ ଅଫ୍ ପ୍ରପର୍ଟି ଆକ୍ଟର ଧାରା -୩ ଅନୁଯାୟୀ ଏକ ମାମଲା ରୁଜୁ ହୋଇଥିଲା।

ଏହି ମାମଲାକୁ ନେଇ ସ୍ଥାନୀୟ ବାସିନ୍ଦା ଦିବାକର ପାଣ୍ଡେ ପୁଲିସରେ ଅଭିଯୋଗ କରିଥିଲେ। ଅଭିଯୋଗ ମୁତାବକ, ମାର୍ଚ୍ଚ ୩ ତାରିଖ ସକାଳେ ଆମ୍ ଆଦମୀ ପାର୍ଟିର କିଛି କର୍ମୀ ଶାସ୍ତ୍ରୀ ପାର୍କରେ ଥିବା ସରକାରୀ ସ୍କୁଲ ଗେଟ୍‌ରେ ବ୍ୟାନ୍‌ର ଲଗାଉଥିଲେ। ସ୍କୁଲ ଗେଟ୍ ବାହାରେ ସେମାନେ ଆଇ ଲଭ୍ ମନୀଷ ସିସୋଦିଆ ବ୍ୟାନର୍ ଲଗାଇଥିଲେ। ଏହାକୁ ନେଇ ସ୍ଥାନୀୟ ଲୋକ ଆପତ୍ତି ଉଠାଇଥିଲେ। କିନ୍ତୁ ଆପ୍ କର୍ମୀମାନେ ନିଜକୁ ସେଠାକାର ବିଧାୟକଙ୍କ ସମ୍ପର୍କୀୟ କହି କାହା କଥା ଶୁଣିନଥିଲେ।

ତେବେ ପ୍ରବଳ ବିରୋଧ ପରେ ସ୍କୁଲ ପରିସରରେ ବ୍ୟାନର୍ ହଟାଇ ଦିଆଯାଇଛି। ବ୍ୟାନର୍ ଉପରେ ପିଲାଙ୍କ ହାତରେ ହିଁ ‘ଆଇ ଲଭ୍ ମନୀଷ ସିସୋଦିଆ’ ଲେଖାଯାଇଥିବା ଅଭିଯୋଗ ହୋଇଛି।

Leave A Reply

Your email address will not be published.