ଭୁବନେଶ୍ୱର : ରାଜ୍ୟରେ ଆହୁରୀ ୨ ଦିନ ପ୍ରବଳ ବର୍ଷା । ୪ ତାରିଖ ଯାଏ ପ୍ରବଳ ବର୍ଷା ସମ୍ଭାବନା । ମୁରାସୁ ପ୍ରଭାବରେ ବିଶେଷ କରି ଦକ୍ଷିଣ ଓଡ଼ିଶାରେ ପୁଣି ବର୍ଷା ହୋଇପାରେ । ବାତ୍ୟା ‘ମୁରାସୁ’ର ସିଧାସଳଖ ଓଡ଼ିଶା ଉପରେ ବଡ଼ ପ୍ରଭାବ ପଡ଼ିବନି । ତେବେ ରାଜ୍ୟର ବିଭିନ୍ନ ଅଞ୍ଚଳରେ ବର୍ଷା ହେବା ସହ ଦକ୍ଷିଣ ଓଡ଼ିଶାର କେତେକ ଜିଲ୍ଲାରେ ପ୍ରବଳ ବର୍ଷା ହୋଇପାରେ । ଆଜି ଠାରୁ ତିନି ଦିନ ପର୍ଯ୍ୟନ୍ତ ବର୍ଷା ହେବ । ବିଶେଷ ଦକ୍ଷିଣ ଓଡ଼ିଶା ଉପରେ ରହିଛି ପୁଣି ବର୍ଷା ବିପଦ। ଦକ୍ଷିଣ ଓଡ଼ିଶାରେ ପ୍ରବଳ ବର୍ଷା ଆଶଙ୍କା ରହିଛି ।
ମାଲକାନଗିରି, କୋରାପୁଟ, ରାୟଗଡ଼ା, ଗଜପତି ଓ ଗଞ୍ଜାମ ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା ରହିଛି । ଏହି ୫ ଜିଲ୍ଲାକୁ ଆଜି ଓ ଆସନ୍ତାକାଲି ପାଇଁ ୟେଲୋ ଆଲର୍ଟ ଜାରି କରିଛି ପାଣିପାଗ ବିଭାଗ । ସେହିପର ୫ ତାରିଖରେ କୋରାପୁଟ ଓ ମାଲକାନଗିରି ଜିଲ୍ଲାକୁ ୟେଲୋ ଆଲର୍ଟ ଜାରି ହୋଇଛି । ବର୍ଷା ସହ ୪୦ ରୁ ୫୦ କିଲୋମିଟର ବେଗରେ ବହିପାରେ ପବନ । ଝଟକା ପବନର ବେଗ ଘଣ୍ଟାପ୍ରତି ୬୦ କିଲୋମିଟର ହୋଇପାରେ । ଆକଳନ କରିଛି ଆଇଏମଡି ।
ଜଗପତି ଜିଲ୍ଲା କାଶୀନଗର ଏନ୍ ଏସି ପକ୍ଷରୁ ମାଇକ୍ ଯୋଗେ ଜନସାଧାରଣଙ୍କୁ ସଚେତନ କରାଯାଉଛି । ଏଥିସହ ଲୋକମାନଙ୍କୁ ଆବଶ୍ୟକୀୟ ସୁରକ୍ଷା ପଦକ୍ଷେପ ଅବଲମ୍ବନ କରିବା ସହ ସତର୍କ ରହିବାକୁ ଅନୁରୋଧ କରାଯାଉଛି । ବାତ୍ୟା ମୁରାସୁ ପାଇଁ ସମୁଦ୍ର ଅଶାନ୍ତ ରହିବା ସମ୍ଭାବନା ଥିବାରୁ ମତ୍ସ୍ୟଜୀବୀଙ୍କୁ ସମୁଦ୍ର ମଧ୍ୟକୁ ନଯିବା ପାଇଁ ପରାମର୍ଶ ଦିଆଯାଇଛି ।
ମୁରାସୁ ପ୍ରଭାବରେ ବିଶେଷ କରି ଦକ୍ଷିଣ ଓଡ଼ିଶାରେ ପୁଣି ବର୍ଷା ହୋଇପାରେ । ଆଜି ଏବଂ କାଲି ପୁରା ରାଜ୍ୟକୁ ବର୍ଷା ଚେତାବନୀ ଜାରି କରିଛି ପାଣିପାଗ ବିଭାଗ । ଏହି ଦୁଇ ଦିନ ଗଞ୍ଜାମ, ଗଜପତି, ରାୟଗଡା, କୋରାପୁଟ ଏବଂ ମାଲକାନଗିରିକୁ ଅରେଞ୍ଜ ୱାର୍ଣ୍ଣିଂ ଜାରି କରିଛି ପାଣିପାଗ ବିଭାଗ । ଅନ୍ୟ ଜିଲ୍ଲା ଗୁଡିକୁ ୟେଲୋ ଆଲର୍ଟ ଜାରି ହୋଇଛି ।