ଗୃହ ନିର୍ମାଣ ପ୍ଲାନ୍ ଆପ୍ରୁଭାଲ ପାଇଁ ଅଟକିବନି ଫାଇଲ୍, ସପ୍ତାହରୁ ଅଧିକ ଦିନ ଅଟକିଲେ ତଣ୍ଡ ଗଣିବେ ଅଧିକାରୀ

0

ଭୁବନେଶ୍ବର: ଗୃହ ନିର୍ମାଣ ଲାଗି ପ୍ଲାନ୍ ଆପ୍ରୁଭାଲ ପାଇଁ ଆଉ ମାସାଧିକାଳ ଅଟକିବନି ଫାଇଲ୍ । ଏକ ସପ୍ତାହ ମଧ୍ୟରେ ମିଳିବ ଆପ୍ରୁଭାଲ୍ । ଯଦି ଏକ ସପ୍ତାହରୁ ଅଧିକ ଦିନ ଫାଇଲ ଅଟକିଲେ ତଣ୍ଡ ଗଣିବେ ଅଫିସର୍ ।  ଦିନକୁ ୨୫୦ଟଙ୍କା ଲେଖାଏଁ ହିସାବରେ ଯେତେଦିନ ଫାଇଲ ଅଟକିବ ସେହି ଅନୁଯାୟୀ ତଣ୍ଡ ଗଣିବେ ଅଧିକାରୀ ।  ଆଜି ନଗର ଉନ୍ନୟନ ବିଭାଗର ସମୀକ୍ଷା ବୈଠକ ପରେ ବିଭାଗୀୟ ଅଧିକାରୀଙ୍କୁ ଏଭଳି କଡ଼ା ଚେତାବନୀ ଦେଇଛନ୍ତି ବିଭାଗୀୟ ମନ୍ତ୍ରୀ କୃଷ୍ଣଚନ୍ଦ୍ର ମହାପାତ୍ର । ତେବେ ୨୦୩୬ ସୁଦ୍ଧା ୮୦ ପ୍ରତିଶତ ଲୋକଙ୍କୁ ଘର ଦେବାକୁ ଲକ୍ଷ୍ୟ ରହିଛି ।  ଏନେଇ ଜିଲ୍ଲାପାଳଙ୍କୁ ଚିଠି ହୋଇଛି ଓ ସେମାନେ ଜାଗା ଯୋଗାଇବେ ।  ତୁରନ୍ତ ସେଠାରେ ଘର ନିର୍ମାଣ କରି ହିତାଧିକାରୀଙ୍କୁ ଦିଆଯିବ ।

ଆଫୋଡେବୁଲ ହାଉସିଂ ପ୍ରକଳ୍ପ ଅଧୀନରେ ଇଡ଼ବ୍ଲ୍ୟୁଏସ, ଏଲଆଇଜି ଭଳି ୩ ଟି ମଡେଲର ଘର କରି ଲୋକଙ୍କୁ ଦିଆଯିବ ।  ଆବଶ୍ୟକତା ଅନୁସାରେ ବିଭିନ୍ନ ସହରରେ ଟିପି ସ୍କିମ ଜରିଆରେ ବିଭିନ୍ନ ଜାଗାର ବିକାଶ କରାଯିବ ବୋଲି ମନ୍ତ୍ରୀ କହିଛନ୍ତି। ମୁଖ୍ୟମନ୍ତ୍ରୀ ସ୍ମାର୍ଟ ସିଟି ଯୋଜନାରେ ପ୍ରଥମ ପର୍ଯ୍ୟାୟରେ ୪୯ଟି ସହରକୁ ଯୋଜନା ଅନ୍ତର୍ଭୁକ୍ତ କରିବାକୁ ଲକ୍ଷ ରହିଥିବା ମନ୍ତ୍ରୀ କହିଛନ୍ତି ।  ସେହିପରି ସୌନ୍ଦର୍ଯ୍ୟକରଣ ଠାରୁ ଆରମ୍ଭ କରି ରାସ୍ତା, ପାଣି, ସ୍ୱରେଜ ବିକାଶ କରାଯିବ ।  ସହରର ଅର୍ଥନୈତିକ ଅଭିବୃଦ୍ଧି ସହ ଲୋକଙ୍କ ଜୀବନଜୀବିକା କିଭଳି ବୃଦ୍ଧି ହୋଇପାରିବ ତାକୁ ଗୁରୁତ୍ୱ ଦେଇଛୁ ବୋଲି କହିଛନ୍ତି ମନ୍ତ୍ରୀ କୃଷ୍ଣଚନ୍ଦ୍ର ମହାପାତ୍ର ।

Leave A Reply

Your email address will not be published.