ଲୋକସଭା ସିଟ ବଢ଼ିଲେ ଗଣତନ୍ତ୍ର ପାଇଁ ଶୁଭଙ୍କର…’: ନବୀନଙ୍କ ଚିଠିର ଉତ୍ତର ଦେଲେ ଆଇନ ମନ୍ତ୍ରୀ

0

ଲୋକସଭା ସିଟ ବୃଦ୍ଧି ପ୍ରସଙ୍ଗରେ ମୁଖ୍ୟମନ୍ତ୍ରୀଙ୍କୁ ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକଙ୍କ ଚିଠିର ଉତ୍ତର ରଖିଛନ୍ତି ଆଇନ ମନ୍ତ୍ରୀ। ସୀମା ପୁନଃ ନିର୍ଦ୍ଧାରଣ ନେଇ ଦ୍ୱନ୍ଦ୍ୱ ତିଆରି କରିବାର ପରିକଳ୍ପନା ନବୀନଙ୍କ ଭଳି ବରିଷ୍ଠ ନେତାଙ୍କୁ ଶୋଭା ଦେଉନଥିବା ସେ କହିଛନ୍ତି। ପରୋକ୍ଷ ଭାବେ ଏହାକୁ ବିରୋଧ କରିବା, ଅଟକାଇବା ମାନସିକତା ନବୀନ ଛାଡ଼ନ୍ତୁ ବୋଲି ସେ କହିଛନ୍ତି

ଆଇନ ମନ୍ତ୍ରୀ ଆହୁରି କହିଛନ୍ତି- କେନ୍ଦ୍ର ସରକାର ଐତିହାସିକ ନିଷ୍ପତ୍ତି ନେବାକୁ ଯାଉଛନ୍ତି | ଆଗାମୀ ଇତିହାସକୁ ପରିବର୍ତ୍ତନ କରିବାକୁ ଯାଉଛି କିନ୍ତୁ ଏତିକି ବଢିବ ସେତିକି ବଢିବ କହି ଦ୍ୱନ୍ଦ୍ୱ କରିବା ଠିକ ନୁହେଁ। ଆଗାମୀ ଦିନରେ ସୀମା ପୁନଃ ନିର୍ଦ୍ଧାରଣ ହୋଇ ସିଟ ସଂଖ୍ୟା ବଢ଼େ ତେବେ ତାହା ଗଣତନ୍ତ୍ର ପାଇଁ ଶୁଭଙ୍କର ବୋଲି କହିଛନ୍ତି।

ତାକୁ ବିରୋଧ କରି ସ୍ୱତନ୍ତ୍ର ଅଧିବେଶନ ଜିଦ କରିବା ପରୋକ୍ଷ ଭାବେ ମହିଳା ସଂରକ୍ଷଣକୁ ବିରୋଧ କରିବା ବିଜେଡିର ନୂଆ ଯୋଜନା। ସେହି ଦୃଷ୍ଟିରୁ ଏଭଳି ବିବାଦରୁ ଦୁରେଇ ରୁହନ୍ତୁ ନବୀନ ଏହା ହିଁ ମୋର ପରାମର୍ଶ ବୋଲି ସେ କହିଛନ୍ତି। ସେ ଆହୁରି କହିଛନ୍ତି- ଯଦି ନିର୍ବାଚନ ମଣ୍ଡଳୀ ସାଇଜ ଯଦି ୟୁନିଫର୍ମ ରହିଲା, ଅପେକ୍ଷାକୃତ ବଡ଼ ନ ରହିଲା ତାହେଲେ ଜନପ୍ରତିନିଧିମାନଙ୍କୁ ସୁବିଧା ହୁଏ। ବିଜେଡିର ନେତା ବୋଧେ ଏକଥା ବୁଝନ୍ତି ନାହିଁ ସେ କହିଛନ୍ତି।

Leave A Reply

Your email address will not be published.