ମତେ ମାରି ସାରିଲଣି, ଆଉ ମରିବାକୁ ଡରାଅ ନାହିଁ: ଅନୁଭବ

0

କଟକ(ଆମ ଟିଭି) : ସାମ୍ନାକୁ ଆସିଲା ଓଲିଉଡ ଅଭିନେତା ତଥା କେନ୍ଦ୍ରାପଡ଼ା ସାଂସଦ ଅନୁଭବ ମହାନ୍ତିଙ୍କ ଆଉ ଏକ ଭିଡିଓ । ନିଜର ୟୁଟ୍ୟୁବ ଚ୍ୟାନେଲ୍‌ ମାଧ୍ୟମରେ ଏହି ଭିଡିଓଟିକୁ ଅପଲୋଡ଼ କରିଛନ୍ତି ଅନୁଭବ । ଭିଡିଓରେ ଅନୁଭୁବ ଫ୍ୟାନ୍ସମାନଙ୍କୁ ନିଜେ ରହୁଥିବା ରୁମ୍‌ ବୁଲି ବୁଲି ଦେଖାଇବା ସହ ତାଙ୍କ ଜୀବନଶୈଳୀ ସଂପର୍କରେ କହିଛନ୍ତି । ଏହି ସମୟରେ ସେ ପରିବାର ସହ ବିତାଇଥିବା ଖୁସିର ମୁହୁର୍ତ୍ତ ସମ୍ପର୍କରେ ଜଣାଇଛନ୍ତି ।

ଭିଡିଓରେ କାହାର ଇମୋସନ ସହ ନଖେଳିବାକୁ ଅନୁରୋଧ କରିଛନ୍ତି ଅନୁଭବ । ମୁଁ ବୋହୁତ ବୋଝ ନେଲିଣି । ମତେ ମାରି ସାରିଲଣି । ଆଉ ମରିବାକୁ ନେଇ ଡରାଅ ନାହିଁ । ଆଇନ ଉପରେ ମୋର ଯଥେଷ୍ଟ ଭରସା ଅଛି । ଆଇନକୁ ମୁଁ ବିଶ୍ବାସ କରେ । ମୁଁ ଏବଂ ମୋ ପରିବାର ପୁଣି ଥରେ ନୂଆ ସୂର୍ଯ୍ୟଦୋୟ ଦେଖିବ ବୋଲି ଆଶା କରୁଛି ।

 

Leave A Reply

Your email address will not be published.