ଶଙ୍ଖ ଭବନରେ କଥା କଟାକଟିକୁ ନେଇ ମୁହଁ ଖୋଲିିଲେ ଶ୍ରୀମୟୀ: କହିଲେ….

0

ଭୁବନେଶ୍ୱର (ଆମ ଟିଭି): ଶଙ୍ଖ ଭବନରେ ଖୋର୍ଦ୍ଧା ଜିଲା ବିଜେଡି ବୈଠକ ବେଳେ ଶ୍ରୀମୟୀ ମିଶ୍ର ଓ ପ୍ରଦୀପ ସାହୁଙ୍କ ମଧ୍ୟରେ କଥା କଟାକଟି ଏବଂ ଶ୍ରୀମୟୀ ଙ୍କ ପ୍ରଦୀପ ସାହୁ ସମର୍ଥକଙ୍କ ପ୍ରବଳ ବିରୋଧ କରିଥିବା ଚର୍ଚ୍ଚା ହେଉଥିଲା। ମାତ୍ର ଏ ନେଇ ବିଜେଡି ପକ୍ଷରୁ କିଛି ସୂଚନା ମିଳି ନ ଥିଲା ବେଳେ ଶ୍ରୀମୟୀ ପ୍ରତିକ୍ରିୟା ଦେଇ କହିଛନ୍ତି,

ଯୁଗେଯୁଗେ ଲେଖା ଅଛି ଯେଉଁମାନେ ମହିଳାଙ୍କୁ ଅସମ୍ମାନ କରିଛନ୍ତି ତାର ଫଳ ସେ ନିଶ୍ଚିତ ପାଇଛନ୍ତି । ପୁରାଣ ଇତିହାସଠୁ ନେଇ ପ୍ରତିଦିନ ତା’ର ଉଦାହରଣ ଦେଖୁଥିବେ । ଯାହା ହୋଇଛି ତାହା ଆମ ଦଳର ଆଭ୍ୟନ୍ତରୀଣ ବ୍ୟାପାର । ତାହା ଆମ ଦଳର ସମୀକ୍ଷା ବୈଠକ ଥିଲା । ସମୀକ୍ଷା ବୈଠକରେ ଯେଉଁମାନେ ନେତୃ ମଣ୍ଡଳୀମାନେ ଥିଲେ ସେମାନେ ତାର ତର୍ଜମା ବିଶ୍ଲେଷଣ କରିବେ । ଗଣମାଧ୍ୟମରେ କହିବା ଶୃଙ୍ଖଳିତ କର୍ମୀର ପରିଚୟ ନୁହେଁ’ ।

ଆହୁରି ମଧ୍ୟ କହିଛନ୍ତି, ‘କହିବା ଲୋକ କେବେ ବି ବଡ଼ ନୁହେଁ ମୁଁ ଭାବେ ସହିବା ଲୋକଟି ବଡ଼। ପ୍ରଦୀପ ସାହୁ ମୋର ବଡ଼ ଭାଇ । ନିର୍ବାଚନ ବେଳେ ମୋତେ ସେ ବହୁତ ସହଯୋଗ କରିଛନ୍ତି । କାହାର କେଉଁଠି ମତାନ୍ତର ମନାନ୍ତର ରହିଛି ସେଇଟା ଦଳର ସଭାପତି ନିଷ୍ପତ୍ତି ନେବେ । ତେଣୁ ଆମ ଦଳରେ କଣ ହେଉଛି ମିଡିିଆରେ କହିବାକୁ ଚାହୁଁନାହିଁ । ଦେବୀ ମିଶ୍ରଙ୍କୁ ପଚାରନ୍ତୁ ସେ ନେତୃତ୍ୱ ନେଉଥିଲେ ସେ କହିବେ କ’ଣ ହୋଇଛି ।

Leave A Reply

Your email address will not be published.