ଖସି ପଡ଼ିଲା ବାୟୁସେନା ହେଲିକପ୍ଟର, ଆଉ ତା’ ପରେ…

0

ନୂଆଦିଲ୍ଲୀ (ଆମ ଟିଭି): ବିହାରର ମୁଜାଫରପୁରରେ ଏକ ବଡ଼ ଦୁର୍ଘଟଣା ଘଟିଛି। ବାୟୁସେନାର ଏକ ହେଲିକପ୍ଟର ପାଣିକୁ ଖସିପଡ଼ିଛି। କୁହାଯାଉଛି, ଏହି ହେଲିକପ୍ଟରଟି ବନ୍ୟା ରିଲିଫ୍‌ ସାମଗ୍ରୀ ନେଇ ପକାଇବାକୁ ଯାଇଥିବା ବେଳେ ମୁଜାଫରପୁରର ଅରାଇସ୍ଥିତ ଘନଶ୍ୟାମପୁରଠାରେ ଦୁର୍ଘଟଣାଗ୍ରସ୍ତ ହୋଇଛି। ହେଲିକପ୍ଟରରେ ଦୁଇଜଣ ପାଇଲଟଙ୍କ ସମେତ ୩ ଜଣ କର୍ମଚାରୀ ଥିଲେ। ତେବେ ସମସ୍ତେ ସୁରକ୍ଷିତ ଥିବା ଜଣାପଡ଼ିଛି।

ସୂଚନାଯୋଗ୍ୟ, ବିହାରରେ ବନ୍ୟା ପରିସ୍ଥିତି ଗମ୍ଭୀର ରହିଛି। ବାସ୍ତବରେ ନେପାଳରେ ପ୍ରବଳ ବର୍ଷା ଏବଂ ବନ୍ୟା ପରେ ୨୯ ସେପ୍ଟେମ୍ବରରେ ଭେରପୁରର କୋସି ବ୍ୟାରେଜ୍‌ରୁ ୬,୬୧,୨୯୫ କ୍ୟୁସେକ୍‌ ଜଳ ଛଡ଼ାଯାଇଥିଲା। ୧୯୬୮ ପରଠାରୁ ଏହା ସର୍ବାଧିକ ଜଳ ଛଡ଼ା ହୋଇଛି। ୧୯୬୮ରେ ଏହି ବ୍ୟାରେଜ୍‌ରୁ ସର୍ବାଧିକ ୭.୮୮ ଲକ୍ଷ କ୍ୟୁସେକ୍‌ ଜଳ ଛଡ଼ାଯାଇଥିଲା। ଏହି କାରଣରୁ ବିହାର ଏବଂ ୟୁପିର ଅନେକ ଜିଲାରେ ବନ୍ୟା ସଙ୍କଟ ଦେଖାଦେଇଛି।

Leave A Reply

Your email address will not be published.