ଜୀ-ସାର୍ଥକରେ ସେଲିବ୍ରେଟିଙ୍କ ‘ଡ୍ୟାନ୍ସ ଓଡ଼ିଶା ଡ୍ୟାନ୍ସ, ଜୀ-ସାର୍ଥକ ସଂସାର ଡ୍ୟାନ୍ସ ଲିଗ୍’ , ଅଭିନେତ୍ରୀମାନେ ପରସ୍ପରକୁ ଦେବେ କଡ଼ା ଟକ୍କର

0

ଭୁବନେଶ୍ବର(୧୯/୧୨):ଲୋକପ୍ରିୟ ଓଡ଼ିଆ ଚ୍ୟାନେଲ ଜୀ-ସାର୍ଥକରେ ଆଗାମୀ ଜାନୁଆରୀ ୭ ରୁ ଆରମ୍ଭ ହେବାକୁ ଯାଉଛି ‘ଡ୍ୟାନ୍ସ ଓଡ଼ିଶା ଡ୍ୟାନ୍ସ, ଜୀ-ସାର୍ଥକ ସଂସାର ଡ୍ୟାନ୍ସ ଲିଗ୍’। ଜୀ-ସାର୍ଥକରେ ପ୍ରସାରିତ ହେଉଥିବା ମେଗା ଧାରାବାହିକଗୁଡ଼ିକର ଅଭିନେତ୍ରୀମାନେ ଏଥିରେ ପ୍ରତିଯୋଗୀ ଭାବରେ ଭାଗ ନେବେ।

ସୁଜିତ ଓ ଚାନ୍ଦିନୀଙ୍କ ଦମଦାର ସଂଯୋଜନାରେ ଆରମ୍ଭ ହେବାକୁ ଯାଉଥିବା ଏହି ଡ୍ୟାନ୍ସ ଲିଗରେ ଅଭିନେତା ଦେବାଶିଷ ପାତ୍ର, ଅଭିନେତ୍ରୀ ଲିପି ମହାପାତ୍ର ଏବଂ ଡ୍ୟାନ୍ସର ହରିହର ଦାଶ ଜୁରୀର ଆସନ ଅଳଙ୍କୃତ କରିବେ ଏବଂ ବାଛିବେ କେଉଁ ଦଳ ହେବ ବିଜେତା । ଏହି ଡ୍ୟାନ୍ସ ଲିଗରେ ପ୍ରତିଯୋଗୀ ଭାବରେ ଭାଗ ନେବେ ନିକିତା,ଅଙ୍କିତା,ଜସ୍ମିନ, ଦୀପିକା, ଅନନ୍ୟା, ଏଲି,ଅର୍ପିତା ଓ ଛନ୍ଦିତା । ଅଭିନେତ୍ରୀମାନଙ୍କୁ ନେଇ ଦୁଇଟି ଦଳରେ ହେବାକୁ ଥିବା ଡ୍ଯାନ୍ସ ଧମାକାର ଟକ୍କର ସହ ଏହି ଶୋ, ଆପଣଙ୍କୁ ଭରପୁର ମନୋରଞ୍ଜନ ଯୋଗାଇବ। ଅଭିନେତ୍ରୀ ଭାବରେ ପରଦା ଉପରେ ଅଭିନୟର ଯାଦୁ ଦେଖାଇ ଦର୍ଶକଙ୍କ ମନ ଜିଣି ସାରିଥିବା ଏହି ଚୁଲବୁଲି ନାୟିକାମାନେ ନୃତ୍ୟ ପ୍ରଦର୍ଶନରେ କେତେ କମାଲ ଦେଖାଇ ପାରିବେ ତା’ ଉପରେ ସମସ୍ତଙ୍କର ନଜର ରହିବ। ପ୍ରଥମଥର ପାଇଁ ଓଡ଼ିଆ ଟେଲି ଇଣ୍ଡଷ୍ଟ୍ରିରେ ଏପରି ଏକ ଡ୍ୟାନ୍ସ ରିୟଲିଟି ଶୋ ହେବାକୁ ଯାଉଛି। ଯଦିଓ ପୂର୍ବରୁ ଅନେକ କିଛି କାର୍ଯ୍ୟକ୍ରମରେ ଅଭିନେତ୍ରୀମାନେ ନୃତ୍ୟ ପରିବେଷଣ କରି ସେମାନଙ୍କର ଟ୍ୟାଲେଣ୍ଟ ଦେଖାଇ ସାରିଛନ୍ତି । କିନ୍ତୁ ଏହି ଶୋରେ ସେମାନେ ପରସ୍ପରକୁ ଏକ ପ୍ରତିଯୋଗୀ ଭାବରେ ଟକ୍କର ଦେଇ ସାମନା କରିବେ। ନିଜ ଭିତରେ ପ୍ରତିଯୋଗୀ ମନୋଭାବ ନେଇ କେହି ନୃତ୍ୟ ପ୍ରଦର୍ଶନରେ ମଧ୍ଯ କାହାଠାରୁ କମ ନୁହଁନ୍ତି ତାହା ସେମାନେ ପ୍ରତିପାଦିତ କରିବା ପାଇଁ ଏହି ରିଅଲିଟି ଶୋରେ ଚେଷ୍ଟା କରିବେ ଜ଼ୀ ସାର୍ଥକ ଚାନେଲର ମୁଖ୍ୟ ପ୍ରତୀକ ସିଲ କହିଛନ୍ତି ।

ଏହି ମେଗା ଡ୍ୟାନ୍ସିଂ ରିଅଲିଟି ଶୋ ଆଗାମୀ ଜାନୁଆରୀ ୭ ରୁ ପ୍ରତି ଶନିବାର ଓ ରବିବାର ରାତି ୯:୩୦ ରୁ ୧୦:୩୦ ମଧ୍ଯରେ ପ୍ରସାରିତ ହେବ ବୋଲି ଜୀ-ସାର୍ଥକ ପକ୍ଷରୁ ସୂଚନା ଦିଆଯାଇଛି।

Leave A Reply

Your email address will not be published.