ଭାରତ ଆସିନେନି ସ୍ପେନ ରାଷ୍ଟ୍ରପତି

0

ସ୍ପେନ ରାଷ୍ଟ୍ରପତି ପେଡ୍ରୋ ସାନଚେଜ୍ କୋରୋନା ଆକ୍ରାନ୍ତ । ଫଳରେ ସ୍ପେନ ରାଷ୍ଟ୍ରମୁଖ୍ୟ ନୂଆଦିଲ୍ଲୀରେ ଅନୁଷ୍ଠିତ ହେବାକୁ ଥିବା ଜି-୨୦ ସମ୍ମିଳନୀରେ ସାମିଲ ହେବେ ବୋଲି ସ୍ପଷ୍ଟ ହୋଇଛି। ଏନେଇ ରାଷ୍ଟ୍ରପତି ପେଡ୍ରୋ ସାନଚେଜ୍ X (ପୂର୍ବର ଟ୍ୱିଟର) ଜରିଆରେ ସୂଚନା ଦେଇଛନ୍ତି।

ଗତକାଲି ଟ୍ୱିଟ କରି ସ୍ପେନ ରାଷ୍ଟ୍ରପତି କହିଛନ୍ତି, ଆଜି ଅପରାହ୍ନରେ କୋଭିଡ ପଜିଟିଭ ଚିହ୍ନଟ ହୋଇଛି। ମୁଁ ସୁସ୍ଥ ଅନୁଭବ କରୁଛି। କିନ୍ତୁ ତେଣୁ ଜି-୨୦ ସମ୍ମିଳନୀରେ ସାମିଲ ହେବାକୁ ଭାରତ ଯିବାକୁ ଅସମର୍ଥ।

ମାତ୍ର ଏହି ସମ୍ମିଳନୀରେ ସ୍ପେନ ପକ୍ଷରୁ ଦେଶର ପ୍ରଥମ ଉପରାଷ୍ଟ୍ରପତି ନାଦିଆ କେଲଭିନୋ ଓ ବୈଦେଶିକ ମନ୍ତ୍ରୀ ଜୋସ ମାନୁଏଲ ଆଲବାରେସ୍‌ ପ୍ରତିନିଧିତ୍ୱ କରିବେ ବୋଲି ସେ ସୂଚନା ଦେଇଛନ୍ତି।

Leave A Reply

Your email address will not be published.