କେନ୍ଦ୍ର ସରକାରଙ୍କୁ ସମର୍ଥନ କଲେ ମନମୋହନ ସିଂହ

0

ନୂଆଦିଲ୍ଲୀ : ଦେଶର ପୂର୍ବତନ ପ୍ରଧାନମନ୍ତ୍ରୀ ମନମୋହନ ସିଂ ରୁଷିଆ-ୟୁକ୍ରେନ ଯୁଦ୍ଧରେ କେନ୍ଦ୍ର ସରକାରଙ୍କ ଆଭିମୁଖ୍ୟକୁ ସମର୍ଥନ କରିଛନ୍ତି। ଶାନ୍ତି ପାଇଁ ଆବେଦନ କରୁଥିବାବେଳେ ଭାରତ ନିଜର ସାର୍ବଭୌମତ୍ୱ ଏବଂ ଅର୍ଥନୈତିକ ସ୍ବାର୍ଥକୁ ପ୍ରଥମ କରି ଠିକ କାର୍ଯ୍ୟ କରିଛି ବୋଲି ସେ କହିଛନ୍ତି।

ଜି -୨୦ ବୈଠକ ପୂର୍ବରୁ ଏକ ସାକ୍ଷାତକାରରେ ମନମୋହନ ସିଂ ଏହା କହିଛନ୍ତି। ଘରୋଇ ରାଜନୀତିରେ ବୈଦେଶିକ ନୀତି ବ୍ୟବହାର ନ କରିବାକୁ ସେ ଚେତାବନୀ ଦେଇଛନ୍ତି।
ସୂଚନାଯୋଗ୍ୟ ଯେ ଚଳିତ ବର୍ଷ ଜି -୨୦ ଦେଶ ଉପରେ ଭାରତ ଅଧ୍ୟକ୍ଷତା କରୁଛି। ଏଭଳି ପରିସ୍ଥିତିରେ ସେପ୍ଟେମ୍ବର ୯ ଏବଂ ୧୦ରେ ହେବାକୁ ଥିବା ଜି -୨୦ ଶିଖର ସମ୍ମିଳନୀ ପାଇଁ ଆମେରିକାର ରାଷ୍ଟ୍ରପତି ଜୋ ବାଇଡେନଙ୍କ ସମେତ ଅନେକ ଦେଶର ନେତା ଦିଲ୍ଲୀରେ ଏକାଠି ହେବେ। ତେବେ ରୁଷିଆର ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ଏବଂ ଚାଇନା ରାଷ୍ଟ୍ରପତି ସି ଜିନପିଙ୍ଗ ଏହି ସମ୍ମିଳନୀରେ ଯୋଗ ଦେଉନାହାଁନ୍ତି।
ସୂଚନାନୁସାରେ, ୨୦୦୪ରୁ ୨୦୧୪ମଧ୍ୟରେ କଂଗ୍ରେସ ନେତୃତ୍ୱାଧୀନ ୟୁପିଏର ଦୁଇ କାର୍ଯ୍ୟକାଳ ମଧ୍ୟରେ ପ୍ରଧାନମନ୍ତ୍ରୀ ଥିବା ମନମୋହନ ସିଂଙ୍କୁ ଶନିବାର ଜି -୨୦ ନେତାଙ୍କ ପାଇଁ ଆୟୋଜିତ ରାତ୍ରୀ ଭୋଜନକୁ ନିମନ୍ତ୍ରଣ କରାଯାଇଛି।
ୟୁକ୍ରେନ-ରୁଷ ଯୁଦ୍ଧ ଉପରେ ସରକାରଙ୍କ କଠୋର କୂଟନୈତିକ ସ୍ଥିତିକୁ ନିୟନ୍ତ୍ରଣ କରିବା ଉପରେ ମନମୋହନ ସିଂ କହିଛନ୍ତି ଯେ କେନ୍ଦ୍ର ଠିକ କାର୍ଯ୍ୟ କରିଛି। ସେ କହିଛନ୍ତି ଯେ ଯେତେବେଳେ ଦୁଇ କିମ୍ବା ଅଧିକ ଦେଶ ମଧ୍ୟରେ ଯୁଦ୍ଧ ହୁଏ, ସେତେବେଳେ ଅନ୍ୟ ଦେଶ ଉପରେ ପକ୍ଷ ବାଛିବା ପାଇଁ ଚାପ ପଡ଼େ। ସେ ଆହୁରି ମଧ୍ୟ କହିଛନ୍ତି ଯେ ମୋର ବିଶ୍ୱାସ ଶାନ୍ତି ପାଇଁ ଆବେଦନ କରୁଥିବାବେଳେ ଆମର ସାର୍ବଭୌମତ୍ୱ ତଥା ଅର୍ଥବୈତିକ ସ୍ବାର୍ଥକୁ ପ୍ରଥମ କରି ଭାରତ ସଠିକ କାର୍ଯ୍ୟ କରିଛି।

Leave A Reply

Your email address will not be published.