ମୁସଲମାନମାନଙ୍କ ପାଇଁ ଭାରତ ସ୍ୱର୍ଗ: ନରେନ୍ଦ୍ର ମୋଦି

0

ନୂଆଦିଲ୍ଲୀ(ଆମ ଟିଭି): ପୁଣି ଚର୍ଚ୍ଚାରେ ପ୍ରଧାନମନ୍ତ୍ରୀଙ୍କ ବକ୍ତବ୍ୟ । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଭାରତକୁ ମୁସଲମାନମାନଙ୍କ ପାଇଁ ସ୍ବର୍ଗ ବୋଲି ବର୍ଣ୍ଣନା କରିଛନ୍ତି। ବିଦେଶୀ ଖବରକାଗଜ ‘ଫାଇନାନ୍ସିଆଲ ଟାଇମ୍ସ’କୁ ଦିଆଯାଇଥିବା ଏକ ସାକ୍ଷାତକାରରେ ଏକ ପ୍ରଶ୍ନର ଉତ୍ତରରେ ପିଏମ ମୋଦି ଏଭଳି କହିଛନ୍ତି । ଦୁନିଆର ଅନ୍ୟ କେଉଁଠାରେ ମୁସଲମାନମାନେ ନିର୍ୟାତନାର ସମ୍ମୁଖୀନ ହୋଇଥିଲେ ମଧ୍ୟ ସେମାନେ ଭାରତରେ ଏକ ସୁରକ୍ଷିତ ସ୍ଥାନ ପାଇଛନ୍ତି, ଖୁସିରେ ଜୀବନ ବିତାଉଛନ୍ତି। କେବଳ ଏତିକି ନୁହେଁ, ସେ କାନାଡା ବିବାଦ ଏବଂ ଇସ୍ରାଏଲ-ହମାସ ବିବାଦ ବିଷୟରେ ମଧ୍ୟ ଖୋଲାଖୋଲି ଆଲୋଚନା କରିଛନ୍ତି। କାନାଡା ପ୍ରସଙ୍ଗରେ ପିଏମ ମୋଦି ଖୋଲାଖୋଲି ଭାବେ କହିଛନ୍ତି ଅଭିବ୍ୟକ୍ତିର ସ୍ବାଧୀନତା ନାମରେ ହିଂସା ଖେଳ ଖେଳାଯାଉଛି।

ଯେତେବେଳେ ସାକ୍ଷାତକାରରେ ପିଏମ ମୋଦିଙ୍କୁ ପଚରାଯାଇଥିଲା ଭାରତରେ ମୁସଲମାନ ସଂଖ୍ୟାଲଘୁଙ୍କ ଭବିଷ୍ୟତ କ’ଣ ହେବ, ସେତେବେଳେ ସେ ଏହା ବଦଳରେ ଭାରତର ପାର୍ସୀଙ୍କ ଆର୍ଥିକ ସଫଳତାକୁ ସୂଚାଇ ଦେଇଥିଲେ,ସେମାନଙ୍କୁ ପ୍ରଧାନମନ୍ତ୍ରୀ ଭାରତରେ ରହୁଥିବା ଧାର୍ମିକ ମାଇକ୍ରୋ ସଂଖ୍ୟାଲଘୁ ବୋଲି ବିବେଚନା କରିଥିଲେ।

Leave A Reply

Your email address will not be published.