ଆଜିଠୁ ୪ ଦିନିଆ ରିମାଣ୍ଡରେ ଯିବେ ଜଗବନ୍ଧୁ

0

ଭୁବନେଶ୍ୱର(ଆମ ଟିଭି): ଲେଡି ବ୍ଲାକମେଲର ଅର୍ଚ୍ଚନା ନାଗ ମାମଲାରେ ଆଜି ପୁଣି ରିମାଣ୍ଡରେ ଯିବେ ତାଙ୍କ ସ୍ୱାମୀ ଜଗବନ୍ଧୁ । ଆଜିଠୁ ଇଡି ତାଙ୍କୁ ୪ ଦିନିଆ ରିମାଣ୍ଡରେ ନେବ । ଗତକାଲି ଜଗବନ୍ଧୁଙ୍କ ୯ ଦିନିଆ ରିମାଣ୍ଡ ଅବଧି ଶେଷ ହୋଇଥିଲା। ପରେ ଇଡି ତାଙ୍କୁ କୋର୍ଟରେ ହାଜର କରି ୫ଦିନିଆ ରିମାଣ୍ଡରେ ନେବାକୁ ଆବେଦନ କରିଥିଲା। ହେଲେ କୋର୍ଟ ୪ ଦିନ ରିମାଣ୍ଡ ପାଇଁ ଅନୁମତି ଦେଇଥିଲେ। ଦ୍ୱିତୀୟ ପର୍ୟ୍ୟାୟ ରିମାଣ୍ଡରେ ଇଡି ଜଗବନ୍ଧୁଙ୍କୁ ଇଲେକ୍ଟ୍ରୋନିକ ଡିଭାଇସ୍ ସମ୍ପର୍କରେ ପଚରାଉଚରା କରିବ ବୋଲି ଜଣାଯାଇଛି।

ଗତକାଲି ମନି ଲଣ୍ଡରିଂ ମାମଲାରେ ପ୍ରମାଣ ପାଇବା ପରେ ଜଗବନ୍ଧୁଙ୍କୁ ଗତକାଲି ଗିରଫ କରିଥିଲା ଇଡି। ସେହିପରି ଅର୍ଚ୍ଚନା ନାଗଙ୍କୁ ଇଡି ପ୍ରଥମେ ୭ ଦିନିଆ ରିମାଣ୍ଡରେ ନେଇଥିଲା। ଦ୍ୱିତୀୟ ପର୍ୟ୍ୟାୟରେ ପୁଣି ପରେ ଅର୍ଚ୍ଚନାଙ୍କୁ ୬ ଦିନିଆ ରିମାଣ୍ଡରେ ନେଇଥିଲା। ଅର୍ଚ୍ଚନାଙ୍କ ୬ଦିନିଆ ରିମାଣ୍ଡ ସରିବାପରେ ପୁଣି ଇଡି କୋର୍ଟରେ ୨ ଦିନିଆ ରିମାଣ୍ଡରେ ନେବା ପାଇଁ ଆବେଦନ କରିଥିଲା। ହେଲେ ଅର୍ଚ୍ଚନାଙ୍କୁ ରିମାଣ୍ଡରେ ନେବା ପାଇଁ ଇଡିକୁ ଅନୁମତି ମିଳିନଥିଲା।

Leave A Reply

Your email address will not be published.