ଖାଦ୍ୟ ଓ ଯୋଗାଣ ମନ୍ତ୍ରୀଙ୍କୁ କଂସ ମହାରାଜାଙ୍କ କଡ଼ା ନିର୍ଦେଶ

0

ବରଗଡ଼ (ଆମ ଟିଭି): ବୃହତ୍‌ ମୁକ୍ତାକାଶ ରଙ୍ଗମଞ୍ଚ ବରଗଡ଼ ଧନୁଯାତ୍ରାରେ କଂସ ମହାରାଜା ଖାଦ୍ୟ ଓ ଯୋଗାଣ ମନ୍ତ୍ରୀଙ୍କୁ କଂସ ମହାରାଜାଙ୍କ କଡ଼ା ନିର୍ଦେଶ ଦେଇଛନ୍ତି। ମଥୁରା ନଗରବାସୀଙ୍କୁ ଅଧିକ ମାସକର ଅଧିକ ଚାଉଳ ଯୋଗାଇ ଦେବା ସହିତ ଆଳୁ ଚାଷକୁ ପ୍ରୋତ୍ସାହନ ଓ ଶୀତଳ ଭଣ୍ଡାର ସ୍ଥାପନ କରିବାକୁ ନିର୍ଦେଶ ଦେଇଛନ୍ତି।

ତେବେ ମଙ୍ଗଳବାର ପଞ୍ଚମ ଦିବସରେ ଗୋପପୁରରେ ଶ୍ରୀକୃଷ୍ଣଙ୍କ ବାଲ୍ୟଲୀଳା ଏବଂ ମଥୁରାନଗରୀରେ ମଥୁରାଧିପତି କଂସଙ୍କ ଦୃଶ୍ୟାଭିନୟ ବେଶ୍‌ ଚିତ୍ତାକର୍ଷକ ଥିଲା। ଅନ୍ୟଦିନ ଭଳି କଂସ ମହାରାଜ ରାଜମହଲରୁ ବାହାରି ମଥୁରା ପରିଭ୍ରମଣ କରିଥିଲେ। ପରିଭ୍ରମଣରେ ଯାଇ ସ୍ଥାନୀୟ ବ୍ରହ୍ମଚାରୀ ଅଞ୍ଚଳରେ କଂସ ମହାରାଜଙ୍କ ଦିଗ୍‌ବିଜୟ ହୋଇଥିଲା। ଦିଗ୍‌ବିଜୟ ସାରି ମହାରାଜ କଂସ ଦରବାରକୁ ଫେରିଥିଲେ।

ବ୍ରହ୍ମଚାରୀରେ କଂସ ମହାରାଜଙ୍କୁ ମଥୁରାବାସୀ ସ୍ବାଗତ କରିଥିଲେ ଏବଂ ଶିଶୁ କଳାକାରମାନେ ନୃତ୍ୟ ପରିବେଷଣ କରିଥିଲେ। ଗୋପପୁର ପ୍ରେରିତ ରାକ୍ଷସୀ, ରାକ୍ଷସଙ୍କ ନିଧନ ଖବର ପାଇଁ କଂସ ମର୍ମାହତ ହୋଇ ପଡ଼ିଥିଲେ ଏବଂ ପାରିଷଦ ବର୍ଗଙ୍କ ସହିତ ଆପାତ ବୈଠକ କରିଥିଲେ। ଅନ୍ୟପଟେ ଶ୍ରୀକୃଷ୍ଣ, ବଳରାମ ନଗର ପରିକ୍ରମା କରି ଜିରା ନଦୀ କୂଳ ବେଣୁବାବା ମଠରେ ପହଞ୍ଚିଥିଲେ।

ସେଠାରେ ସ୍ବତନ୍ତ୍ର ପୂଜାର୍ଚ୍ଚନା କରାଯାଇଥିଲା। ବେଣୁବାବା ମଠରେ ଦଧିଭାଣ୍ଡ ଭଙ୍ଗା, ଶ୍ରୀକୃଷ୍ଣଙ୍କୁ ଯଶୋଦାଙ୍କ ଆକଟ, ଯାମଳାର୍ଜୁନ ଭଞ୍ଜନ, କାଳୀୟ ଦଳନ, ବିଶ୍ୱରୂପ ଦର୍ଶନ ଆଦି ଦୃଶ୍ୟାଭିନୟ ହୋଇଥିଲା। ଏହି ଦୃଶ୍ୟାଭିନୟ ଦେଖିବାକୁ ପ୍ରବଳ ଜନ ସମାଗମ ହୋଇଥିଲା।

Leave A Reply

Your email address will not be published.