ଏଥର ବାରବାଟୀ ଷ୍ଟାଡିୟମରେ ହେବନି ସାଧାରଣତନ୍ତ୍ର ଦିବସ

0

ଭୁବନେଶ୍ୱର (ଆମ ଟିଭି): ଏଥର କଟକ ବାରବାଟୀ ଷ୍ଟାଡିୟମରେ ହେବନି ଜିଲ୍ଲାସ୍ତରୀୟ ସାଧାରଣତନ୍ତ୍ର ଦିବସ । ଏନେଇ କଟକ ଜିଲ୍ଲାପାଳ ଦତ୍ତାତ୍ରୟ ବି ଶିନ୍ଦେ ସୂଚନା ଦେଇଛନ୍ତି ।

ବାରବାଟୀ ଷ୍ଟାଡିୟମରେ ଅନ୍ତର୍ଜାତୀୟ ମ୍ୟାଚ୍‌ ଆୟୋଜନ ହେବାକୁ ଥିବାରୁ ବାରବାଟୀ ଷ୍ଟାଡିୟମ ପରିବର୍ତ୍ତେ ଏଥର ବିଡ଼ାନାସି ମିନି ଷ୍ଟାଡିୟମରେ ପାଳନ ହେବ ସାଧାରଣତନ୍ତ୍ର ଦିବସ । ୨୦୨୫ ଫେବ୍ରୁଆରୀ ୯ ତାରିଖରେ ଭାରତ ଓ ଇଂଲଣ୍ଡ ମଧ୍ୟରେ ଦିନିକିଆ ମ୍ୟାଚ୍ ଖେଳାଯିବ ଏବଂ ଏହି ମ୍ୟାଚ କଟକ ବାରବାଟୀ ଷ୍ଟାଡିୟମରେ ଖେଳାଯିବ ।

Leave A Reply

Your email address will not be published.