ଦୀପାବଳି ବାଣ ଉପରେ ସୁପ୍ରିମକୋର୍ଟଙ୍କ ବଡ଼ ମନ୍ତବ୍ୟ, ବାଣ କଟକଣା ବଦଳରେ ସଚେତନତାକୁ ଗୁରୁତ୍ୱ

0

ନୂଆଦିଲ୍ଲୀ: ବାଣ ଫୁଟାଇବା ନିଷେଧାଦେଶ ଉପରେ ସୁପ୍ରିମକୋର୍ଟଙ୍କ ଗୁରୁତ୍ବପୂର୍ଣ୍ଣ ରାୟ ସାମ୍ନାକୁ ଆସିଛି  । ବଳପୂର୍ବକ କଟକଣା ପରିବର୍ତ୍ତେ ସଚେତନତା କଡ଼ାକଡ଼ି କରିବା ଜରୁରୀ । ଦିପାବଳୀ ଅବସରରେ ଜନସ୍ୱାସ୍ଥ୍ୟ ଓ ଧାର୍ମିକ ଭାବନା ମଧ୍ୟରେ ସନ୍ତୁଳନ ରକ୍ଷା କରିବା ଉପରେ ଗୁରୁତ୍ବ ଦେଇଛନ୍ତି ସୁପ୍ରିମ ଅଦାଲତ ।

ସୁପ୍ରିମକୋର୍ଟ କହିଛନ୍ତି ଯେ, ଏପରି କୌଣସି କଟକଣା ଜାରି କରା ନଯାଉ, ଯାହା ତୃଣମୂଳସ୍ତରରେ ଲାଗୁ କରିବା କଷ୍ଟକର ହୋଇପଡ଼ିବ । ବରଂ ଏହା ପରିବର୍ତ୍ତେ ବାଣରୁ ନିର୍ଗତ ବିଷାକ୍ତ ଅଙ୍ଗାରକାମ୍ଳ ଗ୍ୟାସ୍ ପରିବେଶ ପାଇଁ କିପରି ହାନିକାରକ ସାଜୁଛି, ତା’ ଉପରେ ସଚେତନତା କରାଯାଉ । ଏହାବାଦ ଗ୍ରୀନ୍ କ୍ରାକର ତଥା ପରିବେଶ ଅନୁକୂଳ ବାଣର ଅଧିକ ବ୍ୟବହାର ଉପରେ ଗୁରୁତ୍ବାରୋପ କରିଛନ୍ତି ସୁପ୍ରିମକୋର୍ଟ ।

ପ୍ରଧାନବିଚାରପତି ଜଷ୍ଟିସ୍ ସୂର୍ଯ୍ୟକାନ୍ତ, ଜଷ୍ଟିସ୍ ଜୟମାଲ୍ୟ ବାଗଚି ଓ ଜଷ୍ଟିସ୍ ଭି. ମୋହନାଙ୍କୁ ନେଇ ଗଠିତ ୩ ଜଣିଆ ଖଣ୍ଡପୀଠ ଏହି ଗୁରୁତ୍ବପୂର୍ଣ୍ଣ ରାୟ ଦେଇଛନ୍ତି । କୋର୍ଟ କହିଛନ୍ତି, ବଳପୂର୍ବକ କଟକଣା ଲଗାଇବା ପରିବର୍ତ୍ତେ ଜନସାଧାରଣଙ୍କୁ ପ୍ରଦୂଷଣର କୁପ୍ରଭାବ ବିଷୟରେ ସଚେତନ କରାଇବା ଅଧିକ ଜରୁରି। ବାଣକୁ ସମ୍ପୂର୍ଣ୍ଣ ବ୍ୟାନ୍ ବଦଳରେ ବଜାରରେ କମ୍ ପ୍ରଦୂଷଣକାରୀ ବା ଗ୍ରୀନ୍ କ୍ରାକର ବିକ୍ରି ପାଇଁ ଅନୁମତି ଦେବା ଜରୁରି ।

ସେହିପରି ଅଧିକ ରାସାୟନିକ ଯୁକ୍ତ ବାଣ ବ୍ୟବହାର ରୋକିବା ପାଇଁ କୋର୍ଟ ପରାମର୍ଶ ଦେଇଛନ୍ତି। ସେହିପରି ଦୀପ ଜାଳିବା ଓ କମ୍ ପ୍ରଦୂଷଣ କରୁଥିବା ବାଣ କିମ୍ବା ଦୀପ ବ୍ୟବହାର କରି ପର୍ବ ପାଳନ କରିବାକୁ ପ୍ରୋତ୍ସାହିତ କରିଛନ୍ତି ପ୍ରଧାନବିଚାରପତି। ଏ ମାମଲାର ପରବର୍ତ୍ତୀ ଶୁଣାଣି ଆସନ୍ତା ୧୫ ତାରିଖରେ କରାଯିବାକୁ ଧାର୍ଯ୍ୟ କରାଯାଇଛି ।

Leave A Reply

Your email address will not be published.