ବିଧାନସଭା ଶୀତକାଳୀନ ଅଧିବେଶନ: ୧୧.୩୦ ଯାଏଁ ଗୃହ ମୁଲତବୀ

0

ଭୁବନେଶ୍ୱର (ଆମ ଟିଭି): ବିଧାନସଭାରେ ଶୀତକାଳୀନ ଅଧିବେଶନର ଆଜି ହେଉଛି ଦ୍ୱିତୀୟ ଦିନ । ଗୃହ ଆରମ୍ଭରୁ ବିରୋଧୀଙ୍କ ହୋହଲ୍ଲା ଓ ହଟ୍ଟଗୋଳ ଦେଖିବାକୁ ମିଳିଥିଲା । ଯେଉଁଥିପାଇଁ ଚାଲିପାରିନି ଗୃହ । ଚାଷୀ ସମସ୍ୟା ନେଇ ବିଧାନସଭାରେ ଆଜି ଆରମ୍ଭରୁ ପ୍ରବଳ ହଟ୍ଟଗୋଳ ହୋଇଛି । ଉଭୟ ବିରୋଧୀ ଓ ଶାସକ ଦଳ ସଦସ୍ୟଙ୍କ ହଟ୍ଟଗୋଳ ସହ ହୋହଲ୍ଲା ହୋଇଛି ।

ଫସଲ ବୀମା ଯୋଜନା ପ୍ରସଙ୍ଗ ଉଠାଇଲେ ବିରୋଧୀ । ଏମ୍ଏସ୍ପି ବୃଦ୍ଧି ଦାବିରେ ଶାସକ ଦଳ ମଧ୍ୟ ହୋହଲ୍ଲା କରିଛନ୍ତି । ଫଳରେ ବାଚସ୍ପତି ବିକ୍ରମ କେଶରୀ ଆରୁଖ୍ ଦିନ ୧୧ଟା ୩୦ ଯାଏଁ ଗୃହ ମୁଲତବି ଘୋଷଣା କରିଛନ୍ତି ।

Leave A Reply

Your email address will not be published.