ଅଂଶୁଘାତ ନେଉଛି ଜୀବନ, ଓଡ଼ିଶାରେ ୭୨ଘଣ୍ଟାରେ ୯୯ଜଣଙ୍କ ମୃତ୍ୟୁ
ଭୁବନେଶ୍ୱର,୩।୬: ଭୀଷଣ ଗରମରେ ଆଉଟୁ ପାଉଟୁ ସାରା ଦେଶ। ଏପଟେ ଅଶୁଂଘାତ ସାଜିଛି ପ୍ରାଣଘାତୀ। ଓଡ଼ିଶାରେ ପ୍ରବଳ ଗ୍ରୀଷ୍ମପ୍ରବାହ ହେଉଥିବାବେଳେ ଅଶୁଂଘାତ ଗୋଟିକ ପରେ ଗୋଟିଏ ଲୋକଙ୍କ ଜୀବନ ନେଇ ଚାଲିଛି। ରାଜ୍ୟର ୮ଟି ସ୍ଥାନରେ ତାପମାତ୍ରା ୪୦ଡିଗ୍ରୀ ଉପରେ ରହିଛି। ଅନ୍ୟପଟେ ଦେଶରେ ଅଶୁଂଘାତ ବା ହିଟ୍ଷ୍ଟ୍ରୋକରେ ହେଉଥିବା ମୃତ୍ୟୁସଂଖା ଉଗ୍ର ରୂପ ଧାରଣ କରିଛି। ଯେଉଁଥିରେ ଓଡ଼ିଶାରେ ୭୨ଘଣ୍ଟା ମଧ୍ୟରେ ୯୯ଜଣଙ୍କର ମୃତ୍ୟୁ ହୋଇଛି।
ସୂଚନାଥାଉ କି, ରାଜ୍ୟରେ ଭୀଷଣ ଲୁ ’ ପ୍ରବାହିତ ହେଉଥିବାରୁ ୭୨ଘଣ୍ଟା ମଧ୍ୟରେ ୯୯ଜଣଙ୍କ ମୃତ୍ୟୁ ହୋଇଥିବା ରେକର୍ଡ କରାଯାଇଛି। କିନ୍ତୁ ଏବେଯାଏଁ ରାଜ୍ୟରେ ୧୪୧ଜଣଙ୍କ ଜଣଙ୍କ ଅଶୁଂଘାତ ଜନିତ ମୃତ୍ୟୁ ହୋଇଥିବା ଜଣାପଡିଛି।