ଦ୍ବାରିକାନାଥ ଚାରିଟେବଲ ଟ୍ରଷ୍ଟ ଓ ଓଡିଆ ଚଳଚ୍ଚିତ୍ର ‘କର୍ମ’ ର ଟାଟୁ ମାଧ୍ୟମରେ ସମାଜ ସେବା*

0

ମାନବ ସେବା ହିଁ ମାଧବ ସେବା । ସମାଜରେ ଅନେକ ଅସହାୟ , ଭିନ୍ନକ୍ଷମ , ନିରାଶ୍ରୟ , ବୃଦ୍ଧାଶ୍ରମରେ ରହୁଥିବା ବ୍ୟକ୍ତି ରହିଛନ୍ତି ଯାହାଙ୍କୁ ସାହାଯ୍ୟର ଆବଶ୍ୟକତା ରହିଛି । ତେବେ ଏହି ବ୍ୟସ୍ତବହୁଳ ଜୀବନରେ ତାଙ୍କ କଥା କିଏ ବୁଝେ ? ଏହି ଧାରାରେ ଅସହାୟ , ଭିନ୍ନକ୍ଷମ , ନିରାଶ୍ରୟ ଓ ବୃଦ୍ଧାଶ୍ରମରେ ରହୁଥିବା ବ୍ୟକ୍ତିଙ୍କୁ ସାହାଯ୍ୟର ହାତ ବଢାଇବା ପାଇଁ ଆଗକୁ ଆସିଛି ଦ୍ବାରିକାନାଥ ଚାରିଟେବଲ ଟ୍ରଷ୍ଟ ଓ ଓଡିଆ ଚଳଚ୍ଚିତ୍ର ‘କର୍ମ’ । ଉଭୟଙ୍କ ମିଳିତ ଉଦ୍ୟମରେ ‘ଇଙ୍କ୍ଅର୍ପନ’ ନାମକ ଏକ ପାଣ୍ଠି ସଂଗ୍ରହ କାର୍ଯ୍ୟକ୍ରମ ଆୟୋଜନ ହୋଇଛି । ଏହି ଇଭେଣ୍ଟ ମାଧ୍ୟମରେ ସମାଜର ପଛୁଆ ବର୍ଗ, ଅବହେଳିତ, ଭିନ୍ନକ୍ଷମ ତଥା ନିରାଶ୍ରୟ ବା ଵୃଦ୍ଧାଶ୍ରମରେ ଦିନ କାଟୁଥିବା ବ୍ୟକ୍ତିଙ୍କୁ ସାହାଯ୍ୟ କରାଯିବ । ଏହି କାର୍ଯ୍ୟକ୍ରମରେ କିଛି ପାଣ୍ଠି ସଂଗ୍ରହ ଉଦ୍ଦେଶ୍ୟରେ ଏକ ଟାଟୁ ଚାରିଟି ଶିବିରର ଆୟୋଜନ ସ୍ୟାଣ୍ଡି ଟାୱାର ହୋଟେଲ ସମ୍ମୁଖରେ ଆୟୋଜନ ହୋଇଛି ।

 

ଟାଟୁକୁ ନେଇ ସମାଜରେ ଅନେକ ଭ୍ରାନ୍ତ ଧାରଣା ରହିଛି କିନ୍ତୁ ସମୟ ସହିତ ଟାଟୁ ଏବେ ଗୋଟିଏ ଟ୍ରେଣ୍ଡ ପାଲଟିଛି । ଗୋଟିଏ ପକ୍ଷରେ ଦେହରେ ଟାଟୁ କଲେ ଲୋକେ ଆପଣଙ୍କୁ ଭିନ୍ନ ଭାବରେ ଦେଖିଥାନ୍ତି ବା ଆପଣଙ୍କ ଚରିତ୍ର ଉପରେ ପ୍ରଶ୍ନ ଉଠାଇଥାନ୍ତି କିନ୍ତୁ ଅନ୍ୟ ପକ୍ଷରେ ଏହାର ସଦ ଉପଯୋଗ ମଧ୍ୟ କରାଯାଇପାରେ । କିଛି ସ୍ମୃତି ବା କୌଣସି ଶିକ୍ଷଣୀୟ ତଥ୍ୟ ବା ଓଡିଆ କଳା ଓ ସଂସ୍କୃତିର ପ୍ରଚାର ପ୍ରସାର ପାଇଁ ମଧ୍ୟ ଟାଟୁକୁ ବ୍ୟବହାର କରାଯାଇପାରେ । ତେବେ କହିରଖୁ ଯେ ହୋଟେଲ ସ୍ୟାଣ୍ଡି ଟାୱାର ସମ୍ମୁଖରେ ଅନୁଷ୍ଠିତ ହୋଇଥିବା ଟାଟୁ ପ୍ରଶିକ୍ଷଣ ଶିବିର ମାଧ୍ୟମରେ ଉପାର୍ଜିତ ହେଉଥିବା ଅର୍ଥର ଏକ ବଡ଼ ଭାଗ ସମାଜରେ ଥିବା ଅସହାୟ ଲୋକଙ୍କ ପାଇଁ ବ୍ୟବହାର କରାଯିବ ବା ଅବହେଳିତ, ଭୀନ୍ନକ୍ଷମ ତଥା ନିରାଶ୍ରୟ ବା ବୃଦ୍ଧାଶ୍ରମରେ ରହୁଥିବା ବ୍ୟକ୍ତିଙ୍କୁ ପ୍ରଦାନ କରାଯିବ ବୋଲି କହିଛନ୍ତି ଟ୍ରଷ୍ଟର ମ୍ୟାନେଜିଙ୍ଗ ଟ୍ରଷ୍ଟି ସରୋଜ ରଞ୍ଜନ ଆଚାର୍ଯ୍ୟ ଓ ସୂଚନା ପ୍ରଧାନ ।

ତେବେ ଏହି ଇଭେଣ୍ଟରେ ମୁଖ୍ୟ ଅତିଥି ଭାବେ ଆଗକୁ ଦଶହରାରେ ମୁକ୍ତିଲାଭ କରୁଥିବା ଓଡିଆ ଫିଲ୍ମ ‘କର୍ମ’ର ସମସ୍ତ ପ୍ରମୁଖ କଳାକାର ଯେପରିକି ଅନୁଭବ ମହାନ୍ତି, ସୂର୍ଯ୍ୟମୟୀ, ଦିବ୍ୟା,ନିଶାନ୍ତ ମାଝିଟିଆ, ମୃନ୍ମୟ, ସବୁଜ ଓ କ୍ରିଏଟିଭ ହେଡ଼ ପ୍ରଣୟ ଜେଠୀ ଉପସ୍ଥିତ ରହିଥିଲେ । ଅନୁଭବ ମହାନ୍ତି ଏହି ଇଭେଣ୍ଟରେ ଯୋଗ ଦେବା ସହିତ ତାଙ୍କ ଫିଲ୍ମ ‘କର୍ମ’ରେ ଟାଟୁ କିପରି ଏକ ଗୁରୁତ୍ବପୁର୍ଣ୍ଣ ଭୂମିକା ନେଇଛି ତା ସମ୍ପର୍କରେ ସୂଚନା ଦେଇଥିଲେ । ଏହି ଅବସରରେ ଟ୍ରଷ୍ଟର ମ୍ୟାନେଜିଙ୍ଗ ଡାଇରେକ୍ଟର ଓମ ଆଚାର୍ଯ୍ୟ ମଧ୍ୟ ଉପସ୍ଥିତ ଥିଲେ ଓ ଟାଟୁ ମାଧ୍ୟମରେ କେମିତି ଜନସେବା କରିହେବ ତା ବିଷୟରେ ସମସ୍ତଙ୍କୁ ଅବଗତ କରାଇଥିଲେ ।

Leave A Reply

Your email address will not be published.