ସ୍ୱେଚ୍ଛାସେବୀର ଭୂମିକା ଲିଭାଇଲେ ବିଧାୟକ ଆକାଶ ଦାଶ ଦାୟକ; ବାତ୍ୟା ପୀଡ଼ିତଙ୍କ ପାଖରେ ପହଞ୍ଚିଲେ…

0

ଭୁବନେଶ୍ୱର(ଆମ ଟିଭି):  ଜଣେ ଭଲ ଅଭିନେତା ସହିତ ଜଣେ ସଚ୍ଚୋଟ ରାଜନେତା, ତା’ସହିତ ଜଣେ ସ୍ବେଚ୍ଛାସେବୀ ମନୋଭାବର ମଣିଷ ମାନ୍ୟବର ବିଧାୟକ ଆକାଶ ଦାସ ନାୟକଙ୍କୁ ସମଗ୍ର ଓଡିଶାବାସୀ ଜାଣନ୍ତି l ଉଡ୍ର ଫାଉଣ୍ଡେସନ ଜରିଆରେ ଅନେକ ଦୀନ ଦୁଃଖୀ ଙ୍କୁ ସେବା ଯୋଗାଇଥାନ୍ତି l

ନିଜ ଜନ୍ମ ଦିନ କୁ ବିଳାସପୂର୍ଣ୍ଣ ସ୍ଥାନରେ ପାଳନ କରିବା ପରିବର୍ତ୍ତେ ପ୍ରତ୍ୟେକ ବର୍ଷ ଅନାଥଶ୍ରମରେ ପାଳନ କରିଥାନ୍ତି l ତା’ସହିତ ବୃକ୍ଷ ରୋପଣଠୁ ଆରମ୍ଭ କରି ରକ୍ତଦାନ ଶିବିର ପର୍ଯ୍ୟନ୍ତ ସବୁ କ୍ଷେତ୍ରରେ ସେ ସବୁବେଳେ ତତ୍ପର ଥାଆନ୍ତି l

ଠିକ୍ ସେହିପରି ସାମୁଦ୍ରିକ ବାତ୍ୟା ଦାନାର ପ୍ରଭାବ ପଡିବା ପୂର୍ବରୁ ନିଜର ସହଯୋଗୀ ଙ୍କ ସହିତ କୋରେଇ ଅଞ୍ଚଳର ଦାୟିତ୍ୱ ତୁଲାଇବା ପାଇଁ ବାହାରିଥିଲେ l ବିଭିନ୍ନ ବାତ୍ୟା ଆଶ୍ରୟସ୍ଥଳୀ ବୁଲି ଲୋକଙ୍କ ସହିତ ସିଧାସଳଖ କଥା ହେଇଥିଲେ ଏବଂ ଲୋକଙ୍କ ଖାଦ୍ୟପେୟ କଥା ବୁଝିଥିଲେ l କାହାର ଯେମିତି କୌଣସି ପ୍ରକାର କ୍ଷୟ କ୍ଷତି ହେବନାହିଁ ସେବିଷୟରେ ଧ୍ୟାନ ଦେଇଥିଲେ l

ଜଣେ ଦରଦୀ ସ୍ଵଭାଵ ର ମଣିଷ ହିସାବରେ ସାଙ୍ଗରେ ନେଇଥିବା ଶୁଖିଲା ଖାଦ୍ୟ ଲୋକଙ୍କୁ ବାଣ୍ଟିଥିଲେ l କୋରେଇ ଅଞ୍ଚଳବାସୀ ଯେଉଁ ଆଶା ଭରସାରେ ଆକାଶ ଙ୍କୁ ବାଛିଥିଲେ ସେଇ ବିଶ୍ୱାସ କୁ ଅକ୍ଷୁର୍ଣ୍ଣ ରଖିବା ପାଇଁ ଆକାଶ ୨୪ ଘଣ୍ଟା ସଜାଗ ରହି ଲୋକଙ୍କ ପାଖରେ ଥିଲେ l

Leave A Reply

Your email address will not be published.