ଚାରିଜଣ ମହାକାଶଚାରୀ ନାମ ଘୋଷଣା କଲେ ମୋଦି

0

ଆଉ ଏକ ଇତିହାସ ରଚିବାକୁ ଯାଉଛି ଇସ୍ରୋ। ପ୍ରଥମ ଥର ପାଇଁ ଭାରତ ନିଜ ରକେଟରେ ନିଜ ବୀରଙ୍କୁ ମହାକାଶ ପଠାଇବ। ବାୟୁସେନାର ଚାରି ଜଣ ଅଧିକାରୀ ପ୍ରଥମ କରି ମହାକାଶ ଯାତ୍ରା କରିବେ।

ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସେମାନଙ୍କ ନାମ ଘୋଷଣା କରିଛନ୍ତି। ଏହି ଚାରି ଅଧିକାରୀ ଗଗନଯାନ ମାଧ୍ୟମରେ ମହାକାଶ ଯାତ୍ରା କରିବେ।

ଏମାନେ ହେଉଛନ୍ତି ଗ୍ରୁପ୍ କ୍ୟାପଟେନ୍ ପ୍ରଶାନ୍ତ ବାଳକୃଷ୍ଣ, ଗ୍ରୁପ୍ କ୍ୟାପଟେନ୍ ଅଜିତ କୃଷ୍ଣ, ଗ୍ରୁପ୍ କ୍ୟାପଟେନ୍ ଅଙ୍ଗଦ ପ୍ରତାପ, ୱିଙ୍ଗ୍ କମାଣ୍ଡର ଶୁଭାଂଶୁ ଶୁକ୍ଲା। ଏହି ଚାରିଜଣ ମହାକାଶଚାରୀ ଋଷରେ ବ୍ୟାପକ ପ୍ରଶିକ୍ଷଣ ନେଇଛନ୍ତି। ବର୍ତ୍ତମାନ ଇସ୍ରୋ ସେମାନଙ୍କୁ ତାଲିମ ଦେଉଛି। ଗଗନଯାନ ମାଧ୍ୟମରେ ପ୍ରଥମେ ମହାକାଶକୁ ଏକ ରୋବଟ୍ ବ୍ୟୋମମିତ୍ର ମହାକାଶକୁ ପଠାଯିବ। ଏହା ସଫଳ ହେବା ପରେ 2025 ସୁଦ୍ଧା ମନୋନିତ ହୋଇଥିବା ଚାରି ଜଣ ମହାକାଶ ଯାତ୍ରା କରିବେ।

ଯଦି ସମସ୍ତ ପ୍ରକ୍ରିୟା ସଫଳ ହୁଏ, ତେବେ ଆମେରିକା, ଋଷ ଏବଂ ଚୀନ ପରେ ଭାରତ ନିଜ ରକେଟରେ ନିଜ ବୀରଙ୍କୁ ମହାକାଶ ପଠାଇବାରେ ବିଶ୍ୱର ଚତୁର୍ଥ ରାଷ୍ଟ୍ର ଭାବେ ପରିଗଣିତ ହେବ।

Leave A Reply

Your email address will not be published.