ଖଣ୍ଡଗିରି ମେଳାରେ ଲକ୍ଷ୍ମୀ ବସ୍ ଷ୍ଟଲ୍ରେ କୁଇଜ୍ ପ୍ରତିଯୋଗୀତା
ଭୁବନେଶ୍ୱର: ବିଶ୍ଵ ପ୍ରସିଦ୍ଧ ଖଣ୍ଡଗିରି କୁମ୍ଭ ମେଳାରେ ଓ ଏଆର୍ଟିସି ତରଫରୁ ଲକ୍ଷ୍ମୀ ବସ୍ ସେବା ବିଷୟରେ ସାଧାରଣ ଜନମାନସଙ୍କୁ ସଚେତନ କରିବା ଉଦ୍ଦେଶ୍ୟରେ ସ୍ଥାନ ପାଇଥିବା ଲକ୍ଷ୍ମୀ ଷ୍ଟଲ୍ରେ ୧୦ ଦିନ ଧରି ଏକ ପ୍ରତିଯୋଗୀତା ଆୟୋଜନ କରାଯାଇଥିଲା ଏବଂ ବିଭିନ୍ନ ବର୍ଗର ପ୍ରତିଯୋଗୀମାନଙ୍କୁ ଏହି କାର୍ଯ୍ୟକ୍ରମରେ ପୁରଷ୍କୃତ କରାଯାଇଥିଲା । ଜଗନ୍ନାଥ ଏକ୍ସପ୍ରେସ୍ ଏବଂ ଲକ୍ଷ୍ମୀ ବସ୍ ବିଷୟରେ ଅନେକ ପ୍ରଶ୍ନର ଉତର ଦିଆଯାଇଥିଲା ।
ଆସୁଥିବା ଦର୍ଶକଙ୍କର ଆଗ୍ରହକୁ ଦେଖୁ ଏହା ବୁଝାପଡ଼ୁଥିଲା ଯେ ସରକାରଙ୍କର ଏହି ଯୋଜନା ବେସ୍ ଫଳପ୍ରଦ ହୋଇଅଛି । ଏହି ଲକ୍ଷ୍ମୀ ବସ୍ ଓ ଜଗନ୍ନାଥ ଏକ୍ସପ୍ରେସ୍ ଯୋଜନାର ଲକ୍ଷ୍ୟ ଏବଂ ଏହା କିପରି ପରିବହନ କ୍ଷେତ୍ରରେ ଏକ ଉନ୍ନତ ମାଧ୍ୟମ ହୋଇ ଗ୍ରାମାଂଚଳର ବିକାଶ କ୍ଷେତ୍ରରେ ସମୃଦ୍ଧି ଆଣିଛି ସେ ବିଷୟରେ ଆସିଥିବା ଦର୍ଶକମାନଙ୍କୁ ଅବଗତ କରାଯାଇଥିଲା ।