ମଣିପୁରକୁ ନେଇ ଏମିତି କହିଲେ ମୋଦି

0

ଆଦିବାସୀ ଓ ଅଣଆଦିବାସୀ ସଂଘର୍ଷ ଯୋଗୁ ଅଶାନ୍ତ ହୋଇ ପଡ଼ିଥିବା ମଣିପୁର ପ୍ରସଙ୍ଗରେ ବଡ଼ ବୟାନ ଦେଇଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ମଣିପୁର ହିଂସାରେ ଅନେକ ଲୋକ ପ୍ରାଣ ହରାଇଥିବା ବେଳେ ଲକ୍ଷାଧିକ ଲୋକ ବେଘର ହୋଇ ରିଲିଫ କ୍ୟାମ୍ପରେ ରହୁଛନ୍ତି।

ତଥାପି ପ୍ରଧାନମନ୍ତ୍ରୀ ମୋଦି କହିଛନ୍ତି ଯେ କେନ୍ଦ୍ର ସରକାର ଠିକ ସମୟରେ ହସ୍ତକ୍ଷେପ କରି ମଣିପୁରକୁ ରକ୍ଷା କରି ଦେଇଛନ୍ତି। ଅତ୍ୟନ୍ତ ସମ୍ବେଦଶୀଳ ଭାବେ ମଣିପୁର ସ୍ଥିତିର ମୁକାବିଲା କରିବା ସମସ୍ତଙ୍କ ଦାୟିତ୍ୱ। କେନ୍ଦ୍ର ଓ ରାଜ୍ୟ ସରକାର ଠିକ ସମୟରେ ହସ୍ତକ୍ଷେପ କରିବାରୁ ମଣିପୁର ସ୍ଥିତିରେ ସୁଧାର ଆସିଥିବା ମୋଦି ଦାବି କରିଛନ୍ତି।

ଆସାମ ଟ୍ରିବ୍ୟୁନକୁ ସାକ୍ଷାତକାର ଦେଇ ପ୍ରଧାନମନ୍ତ୍ରୀ ମୋଦି କହିଛନ୍ତି, “ମଣିପୁର ବିବାଦର ସମାଧାନ ପାଇଁ କେନ୍ଦ୍ର ସରକାର ତାଙ୍କର ଶ୍ରେଷ୍ଠ ସମ୍ବଳ ଓ ପ୍ରଶାସନିକ ବ୍ୟବସ୍ଥାକୁ ବ୍ୟବହାର କରିଛନ୍ତି। ସ୍ୱରାଷ୍ଟ୍ର ମନ୍ତ୍ରୀ ଅମିତ ଶାହ ବିବାଦର ଉଗ୍ର ସ୍ଥିତି ବେଳେ ମଣିପୁରରେ ରହିଥିଲେ। ବିଭିନ୍ନ ସଂଗଠନ ଓ ଅଂଶିଦାରଙ୍କ ସହ ବିବାଦର ସମାଧାନ ପାଇଁ ୧୫ରୁ ଅଧିକ ବୈଠକ କରିଥିଲେ।

Leave A Reply

Your email address will not be published.