ରିଲିଜ ହେଲା ମ୍ୟୁଜିକ୍ ଭିଡିଓ ‘ନିଃସର୍ତ୍ତ’
ଭୁବନେଶ୍ୱର (ଆମ ଟିଭି): ଆମର ମ୍ୟୁଜିକ୍ ଦ୍ବାରା ରିଲିଜ ହୋଇଛି ଓଡିଶା ମ୍ୟୁଜିକ୍ ଭିଡିଓ ନିଃସର୍ତ୍ତ । ବୁଲନ ଭାଇ ସେବା ଆଶ୍ରମ ଠାରେ ଏହି ମ୍ୟୁଜିକ୍ ଭିଡିଓ ଟିର ସିଡି ଉନ୍ମୋଚନ କରାଯାଇଥିଲା ଏହି ରିଲିଜ ସମୟରେ ଅତିଥି ଭାବେ ପ୍ରଯୋଜକ ସଚ୍ଚିକାନ୍ତ ଜେନା,ପ୍ରଣୟ ଜେଠୀ , ଶିବାଶିଷ ମହାନ୍ତି, ସମାଜ ସେବୀ ବୁଲନ ଭାଇ ସମେତ ଭିଡିଓ ଟିର ନିର୍ଦ୍ଦେଶକ ବାବୁ ବାବୁ, ଅଭିନେତା ବିକ୍ରମ ଓ ଅଭିନେତ୍ରୀ ପ୍ରତିକ୍ଷ୍ୟା ଉପସ୍ଥିତ ଥିଲେ। ନିର୍ଦ୍ଦେଶକ ବାବୁ ବାବୁ ଙ୍କର ସବୁ ଭିଡିଓ ପରି ମଧ୍ୟ ଏହି ଭିଡିଓ ଟିରେ ଏକ ନିଚ୍ଛକ ଭଲପାଇବା ର କାହାଣୀ ଦେଖିବାକୁ ମିଳିଛି।
ସେହିପରି ଗୀତ ଟିକୁ ଗୈାରବ ଆନନ୍ଦ ସଙ୍ଗୀତ ନିର୍ଦ୍ଦେଶନା ଦେଇଥିବା କଣ୍ଠଶିଳ୍ପୀ ଅସୀମା ପଣ୍ଡା ଙ୍କ ସହ ନିଜେ ମଧ୍ୟ କଣ୍ଠଦାନ କରିଛନ୍ତି। ବିଭିନ୍ନ ଚଳଚ୍ଚିତ୍ର ଓ ମେଗା ଧାରାବାହିକ ରେ ଅଭିନୟ କରିଥିବା ବିକ୍ରମ ଓ ଅଭିନେତ୍ରୀ ପ୍ରତିକ୍ଷ୍ୟା ଏହି ମ୍ୟୁଜିକ୍ ଭିଡିଓ ଟିରେ ସୁନ୍ଦର ଭାବରେ ଅଭିନୟ କରିଛନ୍ତି । ଏଣୁ ନିର୍ଦ୍ଦେଶକ ବାବୁ ବାବୁ ଙ୍କର ସବୁ ଭିଡିଓ ପରି ଏହି ଭିଡିଓ ଟି ମଧ୍ୟ ବେସ୍ ଲୋକପ୍ରିୟତା ହାସଲ କରିବ ବୋଲି କହିଛନ୍ତି ।