ଯାଜପୁରରେ ପ୍ରକୃତିର ତାଣ୍ଡବ ; ସ୍ଥିତି ପରଖିଲେ ମୁଖ୍ୟମନ୍ତ୍ରୀ
ଯାଜପୁର ଧର୍ମଶାଳାରେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ ସୋମବାର ବନ୍ୟା ସ୍ଥିତି ଅନୁଧ୍ୟାନ କରିଛନ୍ତି। ଯାଜପୁରରେ ପ୍ରକୃତିର ତାଣ୍ଡବ ସହ ବନ୍ୟାର ବିତ୍ପାତ ଦେଖାଯାଇଛି। ଜଳବନ୍ଦୀରେ ଅନେକ ଗାଁ। ଦଶରଥପୁରରେ ପହଞ୍ଚି ବନ୍ୟା ସ୍ଥିତି ଅନୁଧ୍ୟାନ କରିଛନ୍ତି। ବୈତରଣୀ ଓ ବ୍ରାହ୍ମଣୀର ବନ୍ୟାରେ ଯାଜପୁର ଚାଷ ଜମିରେ ପାଣି ପଶିଛି। ଏବେ ମଧ୍ୟ ବିପଦ ସଙ୍କେତ ଉପରେ ବୈତରଣୀ ରହିଥିବାରୁ ତଳିଆ ଅଞ୍ଚଳରେ ଚିନ୍ତା ବଢିବା ସହ ଭୟଭୀତ ଅବସ୍ଥାରେ ରହିଛନ୍ତି। ଜେନାପୁରରେ ବ୍ରାହ୍ମଣୀ ବିପଦ ସଙ୍କେତ ତଳେ ପ୍ରବାହିତ ହେଉଥିବା ବେଳେ ନଦୀ ଓ ଶାଖା ନଦୀର ପ୍ରଭାବରେ ବରୀ, ଯାଜପୁର ଓ ଦଶରଥପୁର ସମେତ ତଳିଆ ଅଞ୍ଚଳ ଅଧିକ ପ୍ରବାହିତ ହେଉଛି। ୮ଟି ବ୍ଲକର ୨୪୨ଟି ଗାଁ ବନ୍ୟା ଘେରରେ ରହିଛି। ବ୍ୟାପକ ଚାଷ ଜମି ଜଳମଗ୍ନ ହୋଇ ଧାନ ଓ ପନିପରିବା ଫସଲ ନଷ୍ଟ ହୋଇ ସାରିଛି। ପ୍ରଶାସନ ପକ୍ଷରୁ ଉଦ୍ଧାର, ଥଇଥାନ, ରନ୍ଧାଖାଦ୍ୟ ଓ ରିଲିଫ କାର୍ଯ୍ୟ ଜାରି ରହିଛି। ଅନ୍ୟ ପଟେ ଆଜି ପାଇଁ ମୟୁରଭଞ୍ଜ, ବାଲେଶ୍ୱର ଓ କେନ୍ଦ୍ରାପଡା ଜିଲାକୁ ପ୍ରବଳ ବର୍ଷା ପାଇଁ ରେଡ୍ ୱାର୍ଣ୍ଣିଂ ଜାରି ହୋଇଛି।