ବିଧାନସଭାରେ ବଦଳିଲା ନବୀନଙ୍କ ଭୂମିକା

0

ରାଜ୍ୟରେ ନୂଆ ସରକାର ଆସିବା ପରେ ବିରୋଧୀ ଦଳ ନେତା କିଏ ହେବ ତାକୁ ନେଇ ଚର୍ଚ୍ଚା ଜୋରଦାର ହୋଇଛି । କାଲି ଅପରାହ୍ଣରେ ବିଜେଡିର ବିଧାୟକ ଦଳ ବୈଠକ ରହିଛି । ଚର୍ଚ୍ଚା ଅନୁସାରେ, ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ ବିଜେଡି ବିଧାୟକ ଦଳ ନେତା ଭାବେ ମନୋନୀତ ହୋଇପାରନ୍ତି ।

ବିଧାୟକ ଭାବେ ଶପଥ ନେବା ପରେ ନବୀନ ପଟ୍ଟନାୟକ ଶାସକ ଦଳର ସଦସ୍ୟଙ୍କୁ ଭେଟିଛନ୍ତି । ଆଉ ଏସବୁ ଭିତରେ ସବୁଠୁ ଚର୍ଚ୍ଚା ସାଉଂଟିଥିଲା, ଯେତେବେଳେ ସାମ୍ନାସାମ୍ନି ହୋଇଥିଲେ ଲକ୍ଷ୍ମଣ ବାଗ ଓ ନବୀନ ପଟ୍ଟନାୟକ । ଟ୍ରେଜେରୀ ବେଂଚରେ ବସିଥିବା ଲକ୍ଷ୍ମଣ ବାଗଙ୍କ ପାଖକୁ ଯେତେବେଳେ ନବୀନ ଯାଇଥିଲେ, ଲକ୍ଷ୍ମଣ ବାଗ ନିଜ ବେଂଚରେ ଛିଡ଼ା ହୋଇ କହିଥିଲେ, ମୁଁ ଲକ୍ଷ୍ମଣ ବାଗ୍ । ଆଉ ନବୀନ ପଟ୍ଟନାୟକ କହିଥିଲେ, ‘ଓ ୟୁ ଡିଫିଟେଡ୍ ମି’ । ଏଇଠୁ ହିଁ ଗୋଟିଏ ସଂକେତ ମିଳିଥିଲା, ଯେ ବିରୋଧୀ ଆସନରେ ବସି ସବୁକିଛି ମୁକାବିଲା କରିବା ଲକ୍ଷ୍ୟରେ ଅଛନ୍ତି ନବୀନ ।

Leave A Reply

Your email address will not be published.