ନୂଆ ଓଡ଼ିଆ ଚଳଚ୍ଚିତ୍ର “ସିନ୍ଦୁରା” ଏପ୍ରିଲ ୫ ରେ ଶୁଭମୁକ୍ତି*
ରାସେଶ୍ୱରୀ ଏଣ୍ଟରଟେନମେଣ୍ଟ ବ୍ୟାନର ପ୍ରସ୍ତୁତ ତଥା ଦିଲ୍ଲୀପ ଦାଶ ନିବେଦିତ ଷଷ୍ଠ ଅବଦାନ ସିନ୍ଦୁରା ନୂଆ ଓଡ଼ିଆ ଚଳଚ୍ଚିତ୍ର ଆସନ୍ତା ଏପ୍ରିଲ ୫ ତାରିଖରେ ପ୍ରେକ୍ଷାଳୟରେ ମୁକ୍ତିଲାଭ କରିବ । ଯାହାର କାହାଣୀ ରଚନା ଏବଂ ନିର୍ଦ୍ଦେଶନା ଦେଇଛନ୍ତି ବିରଞ୍ଚି ନାରାୟଣ ପଣ୍ଡା l
ଚଳଚ୍ଚିତ୍ରର କାହାଣୀ ଚାଷରେ ବ୍ୟବହୃତ ହେଉଥିବା ପେଷ୍ଟିସାଇଡ୍ର ନକାରାତ୍ମକ ପ୍ରଭାବ ଉପରେ ପର୍ଯ୍ୟବେସିତ । ଗୋଟିଏ ପଟେ ନାୟକ ୟୁ ଟ୍ୟୁବର ଆକାଶ ଗୋଲଡେନ ବଟନ୍
ହାସଲ କରିବାକୁ ସ୍ଵପ୍ନ ଦେଖୁଛନ୍ତି । ଅନ୍ୟପଟେ ନାୟିକା ଭୂମି ଚାଷରେ ପେଷ୍ଟିସାଇଡ୍ର ବ୍ୟବହାର ବିରୋଧରେ ସଚେତନତାର ମଙ୍ଗ ଧରିଛନ୍ତି । ପେଷ୍ଟିସାଇଡ ବିରୋଧୀ
ସଚେତନତା ଓ ଅଭିଷେକ-ସୁପ୍ରିୟାଙ୍କ ପ୍ରେମ କାହାଣୀ କିପରି ଏହି ଚଳଚ୍ଚିତ୍ରର କାହାଣୀର ଭାରସାମ୍ୟ ରକ୍ଷା କରିଛି, ତାହା ଏଥିରେ ଦେଖିବାକୁ ମିଳିବ। ଚଳଚ୍ଚିତ୍ରର ଚିତ୍ରନାଟ୍ୟ ଓ ସଂଳାପ ରଚନା କରିଛନ୍ତି ବିଜୟ କୁମାର ଦାସ । କାର୍ଯ୍ୟକାରୀ ନିର୍ଦ୍ଦେଶନା ଏବଂ ସମ୍ପାଦନା ଦାୟିତ୍ୱ ତୁଲାଇଛନ୍ତି ଜିତେନ୍ଦ୍ର ଜେନା l କାର୍ଯ୍ୟକାରୀ ପ୍ରଯୋଜକ ଶାନ୍ତି ସ୍ୱରୂପ ଶତପଥି, ଚିତ୍ରତ୍ତୋଳନ ନାରାୟଣ ଦୀକ୍ଷିତ, ନୃତ୍ୟ ନିର୍ଦ୍ଦେଶନା ଦେଇଛନ୍ତି ଲୁବୁନ ଟୁବୁନ ଏବଂ ଜୟା ବିଶ୍ୱାସ ଏବଂ ପ୍ରଚାର ପ୍ରସାର ଦାୟିତ୍ୱ ନେଇଛନ୍ତି ମିଡ଼ିଆ ପ୍ଲାନର ମୁଖ୍ୟ ପ୍ରଣୟ ଜେଠୀ l
ନାୟକ ଭୂମିକାରେ ଅଭିଷେକ ଗିରି ଏବଂ ନାୟିକା ଭୂମିକାରେ ସୁପ୍ରିୟା ନାୟକ ଅଛନ୍ତି ତାଙ୍କ ସହିତ ଉଷସୀ ମିଶ୍ର, ଜୀବନ ପଣ୍ଡା, ଧୀର ମଲ୍ଲିକ, ପୃଥ୍ଵୀରାଜ ନାୟକ, ପ୍ରିୟଙ୍କା ମହାପାତ୍ର, ପ୍ରଜ୍ଞା ଖଟୁଆ,
ଶଙ୍କର ପ୍ରଧାନ, ସନ୍ଧ୍ୟା ଦାସ, ନାଟ୍ୟକାର ବିଜୟ ଦାସ, ପ୍ରମୋଦ ରଥ, ସାରେଗାମା ଓ ଶିଶୁ
କଳାକାର ସାଇଶ୍ରଦ୍ଧା ପ୍ରମୁଖ ଅଭିନୟ କରିଛନ୍ତି । ସଙ୍ଗୀତ ନିର୍ଦ୍ଦେଶନା ଦେଇଛନ୍ତି ପ୍ରେମ୍ ଆନନ୍ଦ। ଫିଲ୍ମ ରେ ସମୁଦାୟ ୪ ଟି ଗୀତ ରହିଛି l କଣ୍ଠଶିଳ୍ପୀ କ୍ରିଷ୍ଣା ବେଉରା, ଶଶାଙ୍କ, ସବିଶେଷ, କୁଲଦୀପ ଏବଂ ଅନନ୍ୟା କଣ୍ଠଦାନ କରିଛନ୍ତି l
ତେବେ ଦର୍ଶକଙ୍କୁ ପ୍ରଯୋଜନା ସଂସ୍ଥା ତରଫରୁ ସାଦର ନିମନ୍ତ୍ରଣ ଆସନ୍ତା ୫ ଏପ୍ରିଲରେ ପ୍ରେକ୍ଷାଳୟ ରେ ସିନ୍ଦୁରା ଚଳଚ୍ଚିତ୍ର ଦେଖିବା ସହିତ ଭଲ ମନ୍ଦ ବିଚାର କରି ଜଣାଇବେ ନିଶ୍ଚୟ l